କଙ୍ଗନା ୯୦ କୋଟି ସମ୍ପତ୍ତିର ମାଲିକାଣୀ
ମଣ୍ଡି: ବିଜେପି ଏଥର ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ପ୍ରାର୍ଥୀ କରିଛି। ସେ ମଙ୍ଗଳବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ସହିତ ନିଜ ସମ୍ପତ୍ତିର ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି। କଙ୍ଗନା ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୯୦ କୋଟିରୁ ଅଧିକ। କଙ୍ଗନାଙ୍କ ଉପରେ ୧୭ କୋଟି ଟଙ୍କା ଋଣ ମଧ୍ୟ ରହିଛି। କଙ୍ଗନା ମଙ୍ଗଳବାର ତାଙ୍କ ନାମାଙ୍କନ ପତ୍ର [...]
ମଣ୍ଡି: ବିଜେପି ଏଥର ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ପ୍ରାର୍ଥୀ କରିଛି। ସେ ମଙ୍ଗଳବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ସହିତ ନିଜ ସମ୍ପତ୍ତିର ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି। କଙ୍ଗନା ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୯୦ କୋଟିରୁ ଅଧିକ। କଙ୍ଗନାଙ୍କ ଉପରେ ୧୭ କୋଟି ଟଙ୍କା ଋଣ ମଧ୍ୟ ରହିଛି।
କଙ୍ଗନା ମଙ୍ଗଳବାର ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଙ୍ଗନାଙ୍କ ନିର୍ବାଚନ ସତ୍ୟପାଠରେ ପ୍ରଦତ୍ତ ତଥ୍ୟ ମୁତାବକ, ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୯୧.୫ କୋଟିରୁ ଅଧିକ। ଏଥିମଧ୍ୟରୁ ୨୮.୭ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଥିବାବେଳେ ୬୨.୯ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଅଛି । ତାଙ୍କ ପାଖରେ ୬୦ କେଜି ରୂପା, ୭ କିଲୋ ସୁନା ଏବଂ ୩ କୋଟି ଟଙ୍କାର ହୀରା ରହିଛି । କଙ୍ଗନାଙ୍କ ପାଖରେ ୬.୭ କିଲୋ ସୁନା ଅଳଙ୍କାର ଅଛି ଯାହାର ମୂଲ୍ୟ ୫ କୋଟି ହେବ । କଙ୍ଗନାଙ୍କ ପାଖରେ ରୂପା ବାସନ ଏବଂ ଅଳଙ୍କାର ମିଶାଇ ୬୦ କିଲୋ ରୂପା ରହିଛି । ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା । ଏହି ବିବାଦୀୟ ଅଭିନେତ୍ରୀଙ୍କ ୩ କୋଟି ଟଙ୍କାର ହୀରା ଅଳଙ୍କାର ମଧ୍ୟ ରହିଛି।
କଙ୍ଗନା ରନାଓ୍ବତଙ୍କ ଏକାଧିକ ବିଳାସପୂର୍ଣ୍ଣ କାର୍ ଅଛି | ତାଙ୍କର ଏକ ବିଏମଡବ୍ଲୁ ରହିଛି, ଯାହାର ମୂଲ୍ୟ ୯୮ ଲକ୍ଷ ଟଙ୍କା | ଏହାଛଡ଼ା ତାଙ୍କ ମାଲିକାନାରେ ୫୮ ଲକ୍ଷ ଟଙ୍କାର ଏକ ମର୍ସିଡିଜ୍ ବେଞ୍ଜ୍ ଓ ୩.୯୧ କୋଟିର ମର୍ସିଡିଜ୍ ମେବ୍ୟାକ ରହିଛି। କଙ୍ଗନାଙ୍କ ପାଖରେ ଏକ ଭେସ୍ପା ସ୍କୁଟର ମଧ୍ୟ ଅଛି, ଯାହାର ମୂଲ୍ୟ ୫୩,୦୦୦ ଟଙ୍କା ।
‘ମୋ’ ବୁଥ୍’ ଆପ୍ ର ଶୁଭାରମ୍ଭ
Next Articleଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ବିଜେପିକୁ ଶାଣିତ ଆକ୍ରମଣ, ଭଲ ଦିନର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
