News Room Odisha
BREAKING
Odia

ବ୍ରଜରାଜନଗର ରେ ବିଜେପିକୁ ବଡ ଝଟକା ଶଙ୍ଖ ଧରିଲେ ପୂର୍ବତନ ବିଧାୟିକା ରାଧାରାଣୀ

ସମ୍ୱଲପୁର ; ନିର୍ବାଚନ ଯେତିକି ପାଖେଇ ଆସୁଛି। ଭାରତୀୟ ଜନତା ପାର୍ଟିର ଚିନ୍ତା ସେତିକି ମାତ୍ରାରେ ବଢିବାରେ ଲାଗିଛି । ଗୋଟିଏ ପଟେ ବିଜୁ ଜନତା ଦଳର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ନେତାମାନେ ଦଳ ଛାଡୁଛନ୍ତି। ବିଜୁ ଜନତା ଦଳକୁ ପସନ୍ଦ କରି ସାମିଲ ହେଉଛନ୍ତି। ଏହି କ୍ରମରେ ଝାରସୁଗୁଡା ଜିଲ୍ଳା ବ୍ରଜରାଜନଗରରେ ବିଜେପିକୁ ଶକ୍ତ ଝଟକା ଲାଗିଛି। କାରଣ ବିଜେପିର ଟାଣୁଆ ନେତ୍ରୀ [...]

Admin•May 16, 2024
Share Article:

ସମ୍ୱଲପୁର ; ନିର୍ବାଚନ ଯେତିକି ପାଖେଇ ଆସୁଛି। ଭାରତୀୟ ଜନତା ପାର୍ଟିର ଚିନ୍ତା ସେତିକି ମାତ୍ରାରେ ବଢିବାରେ ଲାଗିଛି । ଗୋଟିଏ ପଟେ ବିଜୁ ଜନତା ଦଳର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ନେତାମାନେ ଦଳ ଛାଡୁଛନ୍ତି। ବିଜୁ ଜନତା ଦଳକୁ ପସନ୍ଦ କରି ସାମିଲ ହେଉଛନ୍ତି। ଏହି କ୍ରମରେ ଝାରସୁଗୁଡା ଜିଲ୍ଳା ବ୍ରଜରାଜନଗରରେ ବିଜେପିକୁ ଶକ୍ତ ଝଟକା ଲାଗିଛି। କାରଣ ବିଜେପିର ଟାଣୁଆ ନେତ୍ରୀ କୁହାଯାଉଥିବା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ଛାଡି ବିଜେଡି ରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ। ପ୍ରଣବ ପ୍ରକାଶ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ତେବେ ରାଧାରାଣୀ ପଣ୍ଡାଙ୍କ ଦଳ ଛାଡିବା ଭାରତୀୟ ଜନତା ପାର୍ଟି ପାଇଁ ଏକ ଶକ୍ତ ଝଟକା ବୋଲି କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ତାଙ୍କର ଦୃଢ ସଂଗଠନ ରହିଥିଲେ ହେଁ ଦଳ ତାଙ୍କୁ ଅଣଦେଖା କରିଥିଲା। ଯାହା ଫଳରେ ସେ ଦଳ ଛାଡିବାର ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତୀରେ ଅନୁପ୍ରାଣିତ ହୋଇଥିଲେ। ତାଙ୍କ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଉନ୍ନୟନମୂଳକ କାମ ହୋଇଥିବା ସେ ଦେଖିଥିଲେ। ଲୋକଙ୍କ ସେବା କରିବାକୁ ହେଲେ ବିଜୁ ଜନତା ଦଳ ହିଁ ସଠିକ ମାଧ୍ୟମ ବୋଲି ହୃଦୟଙ୍ଗମ କରି ଦଳରେ ସାମିଲ ହୋଇଥିବା ରାଧାରାଣୀ ପଣ୍ଡା ପ୍ରକାଶ କରିଛନ୍ତି।

#Odia#Odisha#News
Share Article:

Related Articles