News Room Odisha
BREAKING
Odia

ଭୁବନେଶ୍ୱରରେ ଆଜି ନବୀନଙ୍କ ମେଗା ରୋଡ୍ ଶୋ’

ଭୁବନେଶ୍ବର – ଆଜି ସଂଧ୍ୟାରେ ଭୁବନେଶ୍ୱରରେ ମେଗା ରୋଡ୍ ଶୋ’ କରି ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟା ସାଢ଼େ ୬ ଟାରେ ୟୁନିଟ୍-୬ରୁ ଆରମ୍ଭ ହେବ ନବୀନଙ୍କ ରୋଡ୍ ଶୋ’ । ରୋଡ୍ ଶୋ’ ପରେ କଳିଙ୍ଗ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲ୍‌ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ୍‌ ହାଉସ୍‌ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, [...]

Admin•May 16, 2024
Share Article:

ଭୁବନେଶ୍ବର – ଆଜି ସଂଧ୍ୟାରେ ଭୁବନେଶ୍ୱରରେ ମେଗା ରୋଡ୍ ଶୋ’ କରି ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟା ସାଢ଼େ ୬ ଟାରେ ୟୁନିଟ୍-୬ରୁ ଆରମ୍ଭ ହେବ ନବୀନଙ୍କ ରୋଡ୍ ଶୋ’ । ରୋଡ୍ ଶୋ’ ପରେ କଳିଙ୍ଗ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲ୍‌ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ୍‌ ହାଉସ୍‌ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛକ, ବାଲୁକେଶ୍ବର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ୍‌ ଶୋ’ ଯିବ। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ରେ ବିଜେଡିର ବରିଷ୍ଠ ନେତାଙ୍କ ସମେତ ଭୁବନେଶ୍ୱର ଲୋକସଭା ଆସନ ଓ ବିଧାନସଭା ଆସନର ଦଳୀୟ ପ୍ରାର୍ଥୀମାନେ ବି ସାମିଲ ହେବେ ।

ରୋଡ୍ ଶୋ’ ଦୃଷ୍ଟିରୁ ଓଡିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ଧାରା ୮) ଏବଂ ପୁଲିସ କମିସନରେଟ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ଟ୍ରାଫିକ କଟକଣା ‌ଲାଗୁ କରାଯାଇଛି।

#Odia#Odisha#News
Share Article:

Related Articles