ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ଇଡି
ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନର ବ୍ୟାପକ ଦୁରୁପଯୋଗ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ଏକ ସ୍ୱତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନିଅନ୍ତି, ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୧୯ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିପାରିବ ନାହିଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ। ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଉଜ୍ବଳ ଭୁୟାଁଙ୍କ ଏକ ଖଣ୍ଡପୀଠ କହିଛନ୍ତି, [...]
ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନର ବ୍ୟାପକ ଦୁରୁପଯୋଗ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ଏକ ସ୍ୱତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନିଅନ୍ତି, ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୧୯ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିପାରିବ ନାହିଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ।
ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଉଜ୍ବଳ ଭୁୟାଁଙ୍କ ଏକ ଖଣ୍ଡପୀଠ କହିଛନ୍ତି, ଯେତେବେଳେ ଜଣେ ଅଭିଯୁକ୍ତ ସମନ ପାଇ କୋର୍ଟରେ ହାଜର ହୁଅନ୍ତି, ସେତେବେଳେ ତାଙ୍କୁ ହାଜତକୁ ନେବା ପାଇଁ ଇଡିକୁ ସମ୍ପୃକ୍ତ କୋର୍ଟରେ ଆବେଦନ କରିବାକୁ ପଡ଼ିବ।
ଖଣ୍ଡପୀଠ କହିଛନ୍ତି ଯେ, ଯଦି ଅଭିଯୁକ୍ତ ସମନ (କୋର୍ଟ ଦ୍ବାରା ଜାରି) ଜରିଆରେ ସ୍ୱତନ୍ତ୍ର କୋର୍ଟରେ ହାଜର ହୁଅନ୍ତି, ତେବେ ସେ ହାଜତରେ ଅଛନ୍ତି ବୋଲି ଧରାଯିବ ନାହିଁ।
ନିଜ ରାୟରେ ଖଣ୍ଡପୀଠ କହିଛନ୍ତି, ‘ସମନ ପରେ କୋର୍ଟରେ ହାଜର ହୋଇଥିବା ଅଭିଯୁକ୍ତ ଜାମିନ ଆବେଦନ କରିବା ଆବଶ୍ୟକ ନୁହେଁ । ତେଣୁ ଏଭଳି ସ୍ଥିତିରେ ପିଏମ୍ଏଲ୍ଏ ର ଧାରା ୪୫ର ଦୁଇଟି ସର୍ତ୍ତ ଲାଗୁ ହେବ ନାହିଁ।’
ଉଭୟ ସର୍ତ୍ତରେ ଦର୍ଶାଯାଇଛି ଯେ ଯେତେବେଳେ ମନି ଲଣ୍ଡରିଂ ମାମଲାରେ ଜଣେ ଅଭିଯୁକ୍ତ ଜାମିନ ଆବେଦନ କରନ୍ତି, ସେତେବେଳେ କୋର୍ଟ ପ୍ରଥମେ ସରକାରୀ ଓକିଲଙ୍କ ପକ୍ଷ ଶୁଣିଥାନ୍ତି । ଅଭିଯୁକ୍ତଙ୍କୁ କେବଳ ସେତେବେଳେ ଜାମିନ ପ୍ରଦାନ କରାଯାଇ ପାରିବ ଯେବେ କୋର୍ଟ ସନ୍ତୁଷ୍ଟ ହେବେ ଯେ ସେ ଦୋଷୀ ନୁହଁନ୍ତି ଏବଂ ମୁକ୍ତ ହେଲେ ପୁଣି ସମାନ ଅପରାଧରେ ସଂଶ୍ଲିଷ୍ଟ ହେବେ ନାହିଁ ।
ସ୍ୱତନ୍ତ୍ର ଅଦାଲତ ଅପରାଧର ସଜ୍ଞାନ ନେବା ସତ୍ତ୍ବେ ମନି ଲଣ୍ଡରିଂ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜାମିନ ପାଇଁ ଦୁଇଥର ବିଚାରଣାର ସାମ୍ନା କରିବାକୁ ପଡ଼ିବ କି ? ଏହି ପ୍ରଶ୍ନ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରଦାନ କରିଛନ୍ତି।
ଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସା: ୮ ଗିରଫ, ୧୪୪ ଧାରା ଜାରି
Next Articleଲୋକସଭା ନିର୍ବାଚନର ପ୍ରଥମ ଚାରି ପର୍ଯ୍ୟାୟରେ ୬୭ ପ୍ରତିଶତ ମତଦାନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
