News Room Odisha
BREAKING
Odia

ଲୋକସଭା ନିର୍ବାଚନର ପ୍ରଥମ ଚାରି ପର୍ଯ୍ୟାୟରେ ୬୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ଚାରିଟି ପର୍ଯ୍ୟାୟରେ ମୋଟ ୬୬.୯୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି ବୋଲି ଗୁରୁବାର ନିର୍ବାଚନ କମିଶନ କହିଛନ୍ତି। ପ୍ରଥମ ୪ ପର୍ଯ୍ୟାୟରେ ପ୍ରାୟ ୯୭ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୪୫.୧ କୋଟି ଲୋକ ସେମାନଙ୍କ ମତାଧିକର ସାବ୍ୟସ୍ତ କରିଥିଲେ । ନିର୍ବାଚନ କମିଶନ ଏକ ବିବୃତ୍ତିରେ ଭୋଟରଙ୍କୁ ଅବଶିଷ୍ଟ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ମତଦାତା ମାନଙ୍କୁ ଆହ୍ବାନ କରିଛନ୍ତି। କମିଶନଙ୍କ କହିବାନୁସାରେ, ଅପଡେଟ୍ ତଥ୍ୟ ଅନୁସାରେ ମେ [...]

Admin•May 16, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ଚାରିଟି ପର୍ଯ୍ୟାୟରେ ମୋଟ ୬୬.୯୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି ବୋଲି ଗୁରୁବାର ନିର୍ବାଚନ କମିଶନ କହିଛନ୍ତି। ପ୍ରଥମ ୪ ପର୍ଯ୍ୟାୟରେ ପ୍ରାୟ ୯୭ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୪୫.୧ କୋଟି ଲୋକ ସେମାନଙ୍କ ମତାଧିକର ସାବ୍ୟସ୍ତ କରିଥିଲେ ।

ନିର୍ବାଚନ କମିଶନ ଏକ ବିବୃତ୍ତିରେ ଭୋଟରଙ୍କୁ ଅବଶିଷ୍ଟ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ମତଦାତା ମାନଙ୍କୁ ଆହ୍ବାନ କରିଛନ୍ତି।

କମିଶନଙ୍କ କହିବାନୁସାରେ, ଅପଡେଟ୍ ତଥ୍ୟ ଅନୁସାରେ ମେ ୧୩ରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟରେ ୬୯.୧୬ ପ୍ରତିଶତ ମତଦାନ ହୋଇଥିଲା, ଯାହା ୨୦୧୯ ନିର୍ବାଚନରେ ସମାନ ପର୍ଯ୍ୟାୟ ତୁଳନାରେ ୩.୬୫ ପ୍ରତିଶତ ଅଧିକ ।

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଅପଡେଟ୍ ମତଦାନ ହାର ହେଉଛି ୬୫.୬୮ ପ୍ରତିଶତ। ୨୦୧୯ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୬୮.୪ ପ୍ରତିଶତ ମତଦାନ ହୋଇଥିଲା।

୨୬ ଏପ୍ରିଲରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୬.୭୧ ପ୍ରତିଶତ ମତଦାନ ହୋଇଥିବାବେଳେ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟରେ ୬୯.୬୪ ପ୍ରତିଶତ ଭୋଟ୍ ପଡ଼ିଥିଲା ।

ଚଳିତ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୬.୧୪ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଥିଲା। ୨୦୧୯ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୬୯.୪୩ ପ୍ରତିଶତ ମତଦାନ ହୋଇଥିଲା।

ନିର୍ବାଚନ କମିଶନ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନର ଅବଶିଷ୍ଟ ତିନିଟି ପର୍ଯ୍ୟାୟରେ ଭୋଟରଙ୍କୁ ସଚେତନ, ଉତ୍ସାହିତ କରିବା ତଥା ସୁବିଧା ପ୍ରଦାନ କରିବା ଉପରେ ଧ୍ୟାନ ଦିଆଯାଇଛି ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏନେଇ ପଦକ୍ଷେପ ନେବାକୁ କୁହାଯାଇଛି।

ଲୋକସଭା ନିର୍ବାଚନର ପ୍ରଥମ ଚାରିଟି ପର୍ଯ୍ୟାୟରେ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୭୯ ଆସନରେ ମତଦାନ ଅ‌ନୁଷ୍ଠିତ ହୋଇଥିଲା ।

#Odia#Odisha#News
Share Article:

Related Articles