News Room Odisha
BREAKING
Odia

ଛତ୍ରପୁର: ଟ୍ରକ୍ ନେଇଗଲା ଶଳା ଓ ଭିଣୋଇଙ୍କ ଜୀବନ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ବାଇକରେ ଯାଉଥିବା ଶଳା ଓ ଭିଣୋଇଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ ଭିଣୋଇ କରୁଣାକର ବିଶ୍ୱାଳ ଏବଂ ଶଳା ଗଦାଧର ପ୍ରଧାନ। ଉଭୟଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସାମନ୍ତରାପୁର ଗ୍ରାମ। ଶବ ବ୍ୟବଛେଦ ପାଇଁ ପୋଲିସ ପଠାଇଛି। ଦୁହେଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ନିଜ ଘରକୁ [...]

Admin•May 20, 2024
Share Article:

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ବାଇକରେ ଯାଉଥିବା ଶଳା ଓ ଭିଣୋଇଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ ଭିଣୋଇ କରୁଣାକର ବିଶ୍ୱାଳ ଏବଂ ଶଳା ଗଦାଧର ପ୍ରଧାନ। ଉଭୟଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସାମନ୍ତରାପୁର ଗ୍ରାମ। ଶବ ବ୍ୟବଛେଦ ପାଇଁ ପୋଲିସ ପଠାଇଛି। ଦୁହେଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ନିଜ ଘରକୁ ଫେରୁଥିଲେ। ମାତ୍ର ପ୍ଲାଣ୍ଟ ଗେଟ୍ ସମ୍ମୁଖ ରାଜପଥରେ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

#Odia#Odisha#News
Share Article:

Related Articles