News Room Odisha
BREAKING
Odia

ବିଜେପି ପ୍ରାର୍ଥୀଙ୍କୁ ୮ ଥର ଭୋଟ ଦେବା ଅଭିଯୋଗରେ ଯୁବକ ଗିରଫ, ସମସ୍ତ ପୋଲିଂ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଫାରୁକାବାଦ ଲୋକସଭା ଆସନ ପାଇଁ ମତଦାନ ବେଳେ ଏକ ବୁଥରେ ଜଣେ ଯୁବକ ବିଜେପିକୁ ୮ ଥର ଭୋଟ୍ ଦେବା ଭିଡ଼ିଓ ଭାଇରାଲ ହେବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମତଦାନ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ଯୁବକକୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଯୁବକ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ ବୋଲି ଜଣାପଡ଼ିଛି। ନିର୍ବାଚନ କମିଶନ ଏହି ମତଦାନ [...]

Admin•May 20, 2024
Share Article:

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଫାରୁକାବାଦ ଲୋକସଭା ଆସନ ପାଇଁ ମତଦାନ ବେଳେ ଏକ ବୁଥରେ ଜଣେ ଯୁବକ ବିଜେପିକୁ ୮ ଥର ଭୋଟ୍ ଦେବା ଭିଡ଼ିଓ ଭାଇରାଲ ହେବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମତଦାନ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ଯୁବକକୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଯୁବକ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ ବୋଲି ଜଣାପଡ଼ିଛି। ନିର୍ବାଚନ କମିଶନ ଏହି ମତଦାନ କେନ୍ଦ୍ରରେ ସାନି ମତଦାନ କରିବାକୁ ସୁପାରିସ କରିଛନ୍ତି।

ଏହି ମାମଲାରେ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଅପଲୋଡ୍ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦାବି କରିଥିଲେ। ଅଭିଯୁକ୍ତ ଯୁବକ ଇଭିଏମରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୮ଥର ବଟନ୍ ଦବାଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀ ବିଜେପି ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ। ଅଖିଳେଶଙ୍କ ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଭିଡ଼ିଓ ନିଜ ‘ଏକ୍ସ’ ହ୍ୟାଣ୍ଡେଲରୁ ସେୟାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ରାହୁଲ କହିଥିଲେ, ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ନିର୍ବାଚନ ଅଧିକାରୀ ମାନଙ୍କ ଉପରେ ଚାପ ପକାଇ ଜନାଦେଶକୁ ହାଇଜାକ୍ କରୁଛି ।

ଉତ୍ତର ପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନ୍ୱା କହିଛନ୍ତି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ କହିଛନ୍ତି ଯେ ଏଟା ଜିଲ୍ଲା ଅନ୍ତର୍ଗତ ନୟାଗାଁଓ ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଫାରୁକାବାଦ ଲୋକସଭା ଆସନ ଅନ୍ତର୍ଗତ ଅଲିଗଞ୍ଜ ବିଧାନସଭା ମଣ୍ଡଳୀର ବୁଥ ନମ୍ବର ୩୪୩ରେ ଘଟିଥିଲା।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଭିଡିଓରେ ଯେଉଁ ଯୁବକ ୮ ଥର ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଉଥିବା ନଜର ଆସୁଛନ୍ତି ସେ ଖିରିଆ ପାମରାନ୍ ଗାଁର ବାସିନ୍ଦା ରାଜନ ସିଂ ବୋଲି ଜଣାପଡିଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି। ପୋଲିଂ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବନ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁପିର ଅବଶିଷ୍ଟ ପର୍ଯ୍ୟାୟରେ ଭୋଟର ଚିହ୍ନଟ ପ୍ରକ୍ରିୟାକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

#Odia#Odisha#News
Share Article:

Related Articles