News Room Odisha
BREAKING
Odia

‘ମହାପ୍ରଭୁ ଜଗନ୍ନାଥ ମୋଦିଙ୍କ ଭକ୍ତ’ ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ରଙ୍କୁ ଚାରିଆଡୁ ଭର୍ତ୍ସନା, ଜାତୀୟ ସ୍ତରରେ ନିନ୍ଦା

ଭୁବନେଶ୍ୱର – ଓଡ଼ିଆ ଅସ୍ମିତା ନେଇ ବିଜେପି ନେତାମାନେ ବଡ ବଡ଼ କଥା କହି ବାରମ୍ବାର ନିନ୍ଦିତ ଓ ଲଜ୍ଜିତ ହୋଇଛନ୍ତି। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେପି ନେତା ଶସ୍ତା ରାଜନୀତି କରୁଥିବାର ବି ଅନେକ ନଜିର ରହିଛି। ହେଲେ ଗୈରିକ ପାର୍ଟିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ନେତାଙ୍କ ପ୍ରଶଂସା ସ୍ତବକ ଗାନ କରି ସବୁ ସୀମା ଟପିଯାଇଛନ୍ତି । ଜଗତର ନାଥ [...]

Admin•May 20, 2024
Share Article:
‘ମହାପ୍ରଭୁ ଜଗନ୍ନାଥ ମୋଦିଙ୍କ ଭକ୍ତ’ ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ରଙ୍କୁ ଚାରିଆଡୁ ଭର୍ତ୍ସନା, ଜାତୀୟ ସ୍ତରରେ ନିନ୍ଦା

ଭୁବନେଶ୍ୱର – ଓଡ଼ିଆ ଅସ୍ମିତା ନେଇ ବିଜେପି ନେତାମାନେ ବଡ ବଡ଼ କଥା କହି ବାରମ୍ବାର ନିନ୍ଦିତ ଓ ଲଜ୍ଜିତ ହୋଇଛନ୍ତି। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେପି ନେତା ଶସ୍ତା ରାଜନୀତି କରୁଥିବାର ବି ଅନେକ ନଜିର ରହିଛି। ହେଲେ ଗୈରିକ ପାର୍ଟିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ନେତାଙ୍କ ପ୍ରଶଂସା ସ୍ତବକ ଗାନ କରି ସବୁ ସୀମା ଟପିଯାଇଛନ୍ତି । ଜଗତର ନାଥ ଜଗନ୍ନାଥ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି ସମ୍ବିତ ପାତ୍ର ଏବେ ସବୁ ମହଲରେ ନିନ୍ଦିତ ହେଉଛନ୍ତି। ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ଏଭଳି ମନ୍ତବ୍ୟକୁ ସବୁଆଡେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ତାଙ୍କ ମନ୍ତବ୍ୟ ଦେଶ ବିଦେଶର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବନା ପ୍ରତି ଶକ୍ତ ଆଘାତ ବୋଲି ମତପ୍ରକାଶ ପାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିତଙ୍କ ବୟାନକୁ ଦୃଢ଼ ନିନ୍ଦା କରିବା ସହ ଓଡ଼ିଆ ଅସ୍ମିତା ପ୍ରତି ସମ୍ବିତଙ୍କ ବୟାନ କୁଠାରାଘାତ ବୋଲି କହିଛନ୍ତି ।

ଜାତୀୟ ସ୍ତରରେ ସମ୍ବିତ ପାତ୍ରଙ୍କ ବିବେକହୀନ ମନ୍ତବ୍ୟକୁ କଡ଼ା ସମାଲୋଚନା କରାଯାଇଛି। ସମ୍ବିତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭିନ୍ନ ବିରୋଧୀ ଦଳର ନେତା ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ସମ୍ରାଟ ବୋଲି ଭାବୁଛନ୍ତି ଓ ଦରବାରୀମାନେ ତାଙ୍କୁ ଭଗବାନ ବୋଲି ଭାବୁଛନ୍ତି, ତାହା ହେଲେ ପାପର ଲଙ୍କା ପତନ ହେବାର ସମୟ ନିକଟତର ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେବା ପାଇଁ ଅଧିକାର କିଏ ଦେଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ସମ୍ବିତ ପାତ୍ରଙ୍କ ବୟାନକୁ ସମାଲୋଚନା କରିଛନ୍ତି। ତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରାଯିବା ଉଚିତ ବୋଲି ସେ ମତପ୍ରକାଶ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱ।ଲ ମଧ୍ୟ ସମ୍ବିତ ପାତ୍ରଙ୍କ ଜଗନ୍ନାଥ ସମ୍ପର୍କିତ ବୟାନକୁ ଦୃଢ଼ ନିନ୍ଦା କରିଛନ୍ତି। ବିଜେପି ନେତାମାନେ ନିଜକୁ ଭଗବାନଙ୍କଠାରୁ ଉପରେ ବୋଲି ଭାବୁଛନ୍ତି। ଏହା ଅହଂ ଭାବର ପରିଚାୟକ । ଜଗନ୍ନାଥ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହିବା ଭଗବାନଙ୍କୁ ଅପମାନ ବୋଲି କେଜରୀୱ।ଲ କହିଛନ୍ତି।

ସାଂସଦ ସାକେତ ଗୋଖଲେ ପ୍ରଶ୍ନ କରିଛନ୍ତି ଯେ,ଏବେ ବିଜେପି ପାଇଁ ମୋଦି କଣ ଭଗବାନଙ୍କଠାରୁ ବି ଉପରେ କି ? । ମୋଦିଙ୍କ ଇଗୋ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଧର୍ମକୁ ନେଇ ରାଜନୀତି କରିବା ବିଜେପିର ସ୍ୱଭାବ ହୋଇଥିଲେ ମଧ୍ୟ ସମ୍ବିତ ପାତ୍ରଙ୍କ ବୟାନ ଅତି କୁତ୍ସିତ ଓ କଳ୍ପନାତୀତ ବୋଲି ସେ କହିଛନ୍ତି।

#Odia#Odisha#News
Share Article:

Related Articles