News Room Odisha
BREAKING
Odia

ପଞ୍ଚମ ପର୍ଯ୍ୟାୟରେ ୫୭ ପ୍ରତିଶତରୁ ଅଧିକ ମତଦାନ

ନୂଆଦିଲ୍ଲୀ: ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ସୋମବାର ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ଭୋଟ ଗ୍ରହଣ ହୋଇଥିବା ବେଳେ ମତଦାନ ହାର ୫୭ ପ୍ରତିଶତରୁ ଅଧିକ ରହିଛି। ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସାକୁ ଛାଡ଼ି ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମହାରାଷ୍ଟ୍ରର ସର୍ବନିମ୍ନ ୪୮.୮୮ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ପଶ୍ଚିମବଙ୍ଗର ସର୍ବାଧିକ ୭୩ ପ୍ରତିଶତ ମତଦାନ ରେକର୍ଡ [...]

Admin•May 20, 2024
Share Article:

ନୂଆଦିଲ୍ଲୀ: ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଏହି ପର୍ଯ୍ୟାୟରେ ସୋମବାର ୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ଭୋଟ ଗ୍ରହଣ ହୋଇଥିବା ବେଳେ ମତଦାନ ହାର ୫୭ ପ୍ରତିଶତରୁ ଅଧିକ ରହିଛି। ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସାକୁ ଛାଡ଼ି ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।

ମହାରାଷ୍ଟ୍ରର ସର୍ବନିମ୍ନ ୪୮.୮୮ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ପଶ୍ଚିମବଙ୍ଗର ସର୍ବାଧିକ ୭୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

ବିହାରରେ ୫୨.୫୫ ପ୍ରତିଶତ, ଜାମ୍ମୁ କାଶ୍ମୀରରେ ୫୪.୨୧ ପ୍ରତିଶତ, ଝାଡ଼ଖଣ୍ଡରେ ୬୩ ପ୍ରତିଶତ, ଓଡିଶାରେ ୬୦.୭୨ ପ୍ରତିଶତ, ଉତ୍ତର ପ୍ରଦେଶରେ ୫୭.୪୩ ପ୍ରତିଶତ ଏବଂ ଲଦାଖରେ ୬୭.୧୫ ପ୍ରତିଶତ ମତଦାନ ହୋଇଛି।

ନିର୍ବାଚନ କମିଶନଙ୍କ ନିକଟରେ ଉପଲବ୍ଧ ସନ୍ଧ୍ୟା ୭ଟା ସୁଦ୍ଧା ତଥ୍ୟ ଅନୁଯାୟୀ, ଏହି ପର୍ଯ୍ୟାୟରେ ଆନୁମାନିକ ଭୋଟ୍ ହାର ୫୭.୩୮ ରେକର୍ଡ କରାଯାଇଛି।

ଯଦିଓ ମତଦାନ ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା, ତେବେ ଯେଉଁମାନେ ପୂର୍ବରୁ ଧାଡ଼ିରେ ଛିଡ଼ା ହୋଇଥିଲେ ସେମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିଲା । ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୭୯ ଆସନରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି।

#Odia#Odisha#News
Share Article:

Related Articles