News Room Odisha
BREAKING
Odia

ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ଅଭିଯୁକ୍ତର ବାପା ଗିରଫ

ପୁଣେ: ବହୁ ଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପୋଲିସ ନାବାଳକ ଅଭିଯୁକ୍ତର ବାପା ବିଶାଲ ଅଗ୍ରୱାଲଙ୍କୁ ଛତ୍ରପତି ସମ୍ଭାଜିନଗର (ଔରଙ୍ଗାବାଦ)ରୁ ମଙ୍ଗଳବାର ଗିରଫ କରିଛି। ଏହାଛଡ଼ା ଅଭିଯୁକ୍ତ ଯେଉଁ ବାରରେ ମଦ ପିଇଥିଲା ତାହାର ମାଲିକ ଏବଂ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲ ପୁଣେ ସହରର ଜଣେ ଜଣାଶୁଣା ବିଲଡର। ମେ ୧୯ରେ ଅଭିଯୁକ୍ତ ନାବାଳକ ଜଣକ ବେପରୁଆ ଭାବରେ ଏକ ଲଗଜରୀ ପୋର୍ସ କାର୍ ଚଳାଇବା ସହ [...]

Admin•May 21, 2024
Share Article:

ପୁଣେ: ବହୁ ଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପୋଲିସ ନାବାଳକ ଅଭିଯୁକ୍ତର ବାପା ବିଶାଲ ଅଗ୍ରୱାଲଙ୍କୁ ଛତ୍ରପତି ସମ୍ଭାଜିନଗର (ଔରଙ୍ଗାବାଦ)ରୁ ମଙ୍ଗଳବାର ଗିରଫ କରିଛି। ଏହାଛଡ଼ା ଅଭିଯୁକ୍ତ ଯେଉଁ ବାରରେ ମଦ ପିଇଥିଲା ତାହାର ମାଲିକ ଏବଂ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲ ପୁଣେ ସହରର ଜଣେ ଜଣାଶୁଣା ବିଲଡର।

ମେ ୧୯ରେ ଅଭିଯୁକ୍ତ ନାବାଳକ ଜଣକ ବେପରୁଆ ଭାବରେ ଏକ ଲଗଜରୀ ପୋର୍ସ କାର୍ ଚଳାଇବା ସହ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଉଭୟ ମୃତକ ଆଇଟି ଇଞ୍ଜିନିୟର ଥିଲେ । ଦ୍ୱାଦଶ ପରୀକ୍ଷାରେ ପାସ୍ ହେବା ପରେ ୧୭ ବର୍ଷୀୟ ଅଭିଯୁକ୍ତ ତାର ସାଙ୍ଗମାନଙ୍କ ସହିତ ପାର୍ଟି କରିବା ପରେ ନିଜ ପୋର୍ସ କାରରେ ଫେରୁଥିଲା। ସେ ମଦ ପିଇ ଡ୍ରାଇଭିଂ କରୁଥିଲା ଓ ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ କାର୍ ଚଳାଉଥିଲା।

ତେବେ ଏହି ଦୁର୍ଘଟଣା ଘଟାଇବା ସତ୍ତ୍ବେ ଜୁଭେନାଇଲ ବୋର୍ଡ ଅଭିଯୁକ୍ତ ନାବାଳକକୁ ୧୫ ଘଣ୍ଟା ମଧ୍ୟରେ ଜାମିନ ଦେଇଥିଲା। ଅଭିଯୁକ୍ତର ବର୍ତ୍ତମାନ ବୟସ ୧୭ ବର୍ଷ ୮ ମାସ। ଜାମିନ ସର୍ତ୍ତ ଭାବେ ଅଭିଯୁକ୍ତକୁ ୩୦୦ ଶବ୍ଦ ମଧ୍ୟରେ ପ୍ରବନ୍ଧ ରଚନା କରିବାକୁ କହିଥିଲେ କୋର୍ଟ। ଅଭିଯୁକ୍ତକୁ ଏତେ ଶୀଘ୍ର ଜାମିନ ମିଳିବା ନେଇ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତ ଜଣେ ଧନୀ ଓ ପ୍ରଭାବଶାଳୀ ପରିବାରର ପିଲା ହୋଇଥିବାରୁ ତା’ ପ୍ରତି କୋର୍ଟ ଏମିତି ମନୋଭାବ ପୋଷଣ କରାଯାଉଛି କି ବୋଲି ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।

ତୀବ୍ର ପ୍ରତିକ୍ରିୟା ପରେ ପୁଣେ ପୋଲିସ ଅଭିଯୁକ୍ତ ବିରୋଧରେ ସାବାଳକ ଭଳି କେସ୍ ଚଳାଇବା ପାଇଁ ଅଦାଲତରୁ ଅନୁମତି ମାଗିଥିଲା। କିନ୍ତୁ ପୋଲିସର ଆବେଦନ ଖାରଜ ହୋଇଯାଇଛି। ପୋଲିସ ଏହା ବିରୋଧରେ ସେସନ୍ କୋର୍ଟରେ ଆବେଦନ କରିବ।

#Odia#Odisha#News
Share Article:

Related Articles