News Room Odisha
BREAKING
Odia

ପାଟଣାରେ ପାଣ୍ଡିଆନଙ୍କ ପ୍ରଚାର : କହିଲେ, ଆଦିବାସୀଙ୍କ ଉନ୍ନତି ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ପାଟଣାରେ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେ ଏଠାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ। ଖାଇବା ସମୟରେ ଏତେ ଡେରି ପର୍ଯ୍ୟନ୍ତ ଅପେକ୍ଷା କରିଥିବାରୁ ଲୋକଙ୍କ ପାଖରେ ସେ ଋଣୀ ବୋଲି ପାଣ୍ଡିଆ ନ କହିଥିଲେ। ଜନସଭାରେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ।ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ ଜାଗିରା ଓ [...]

Admin•May 21, 2024
Share Article:

ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ପାଟଣାରେ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେ ଏଠାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ। ଖାଇବା ସମୟରେ ଏତେ ଡେରି ପର୍ଯ୍ୟନ୍ତ ଅପେକ୍ଷା କରିଥିବାରୁ ଲୋକଙ୍କ ପାଖରେ ସେ ଋଣୀ ବୋଲି ପାଣ୍ଡିଆ ନ କହିଥିଲେ। ଜନସଭାରେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ।ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ ଜାଗିରା ଓ ଦେବସ୍ଥଳୀକୁ ଭବିଷ୍ୟତ ପୀଢ଼ି ପାଇଁ ସୁରକ୍ଷିତ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଉଦ୍ୟମ କରିଛନ୍ତି । ଏସ୍‍.ଡି.ସି. ଗଠନ କରିଛନ୍ତି । ଭାରତର ଅନ୍ୟ କୌଣସି ରାଜ୍ୟରେ ଏସ୍‍.ଡି.ସି. ନାହିଁ ବୋଲି ପାଣ୍ଡିଆନ କହିଥିଲେ।ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ୫୦ ହଜାରରୁ ଅଧିକ କେଶ ମୁଖ୍ୟମନ୍ତ୍ରୀ ରଦ୍ଦ କରିଛନ୍ତି । କେବଳ ନବୀନ ବାବୁ ହିଁ ଏପରି କରିପାରିବେ ବୋଲି ପାଣ୍ଡିଆନ କହିଥିଲେ।

ହଜାର ହଜାର ଆଦିବାସୀ ହଷ୍ଟେଲ ଓଡ଼ିଶାରେ ନବୀନ ବାବୁ କରିଛନ୍ତି । ସବୁଠାରୁ ଅଧିକ ଗାର୍ଲସ୍‍ ହଷ୍ଟେଲ ଓଡ଼ିଶାରେ ଅଛି । ସେବା ପାଇଁ ନବୀନବାବୁ ଏହା କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ପାଇଁ ଲାଭ ଯୋଜନା କରାଯାଇଛି । କେହି ଠକି ପାରିବେ ନାହିଁ । କାରଣ ନବୀନ ବାବୁ ଆଖି ରଖିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ସଭାକୁ ସମ୍ବୋଧିତ କରି କହିଥିଲେ।

ବିକାଶର ହିସାବ ଦେଇଥିଲେ ପାଣ୍ଡିଆନ । ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି । ମସଜିଦ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି ।

 

ସେ ହିସାବ ଦେଉଛନ୍ତି , ଅନ୍ୟ କେହି ହିସାବ ଦେବେ କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ଦିଆଯାଇଛି। ସବୁ ହାଇସ୍କୁଲ ୫-ଟିରେ ରୂପାନ୍ତରଣ ହୋଇଛି ।

ଆମ ହସ୍‍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି । ଏ ସବୁ ନୂଆ ଓଡ଼ିଶାର ନମୂନା ବୋଲି ପାଣ୍ଡିଆନ କହିଥିଲେ।

୫ ଟଙ୍କାରେ ମା’ ମାନେ ଲକ୍ଷ୍ମୀ ବସରେ ଯିବା ଆସିବା କରିପାରିବେ । ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି ।

ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି । ଆପଣମାନଙ୍କ ବୋଝ ହାଲକା କରବା ପାଇଁ ସେ ପଦକ୍ଷେପ ନେଉଛନ୍ତି ।

ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ ବୋଲି ନିଜ ଭାଷଣରେ ଉଲ୍ଲେଖ କରିଥିଲେ ପାଣ୍ଡିଆନ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଏଭଳି ମହାନ ନେତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅପିଲ କରିଥିଲେ ପାଣ୍ଡିଆନ।

#Odia#Odisha#News
Share Article:

Related Articles