News Room Odisha
BREAKING
Odia

ବିଜେପିକୁ ପାଣ୍ଡିଆନଙ୍କ ପୁଣି ଜୋରଦାର ଟାର୍ଗେଟ: କହିଲେ ବିଜେପିର ପ୍ରତିଶ୍ରୁତି ସବୁ ଜୁମଲା , ୯ ପ୍ରସଙ୍ଗରେ ବିଜେପିର ସେଲ୍ଫ ଗୋଲ୍

ଭୁବନେଶ୍ୱର – ବିଜେପିକୁ ପୁଣି ଥରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଶାଣିତ ଆକ୍ରମଣ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ୯ଟି ପ୍ରସଙ୍ଗରେ ଘାଇଲା କରିଛନ୍ତି ପାଣ୍ଡିଆନ। ବିଜେପି ୯ଟି ଆତ୍ମଘାତୀ ଗୋଲ୍ ( ସେଲ୍ଫ ଗୋଲ୍ ) କରିଛି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ [...]

Admin•May 28, 2024
Share Article:

ଭୁବନେଶ୍ୱର – ବିଜେପିକୁ ପୁଣି ଥରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଶାଣିତ ଆକ୍ରମଣ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ୯ଟି ପ୍ରସଙ୍ଗରେ ଘାଇଲା କରିଛନ୍ତି ପାଣ୍ଡିଆନ। ବିଜେପି ୯ଟି ଆତ୍ମଘାତୀ ଗୋଲ୍ ( ସେଲ୍ଫ ଗୋଲ୍ ) କରିଛି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ।

ପାଣ୍ଡିଆନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ କରି ଗାଳି ଗୁଲଜ କରୁଛନ୍ତି। ଯାହାକୁ ଓଡ଼ିଶ ବାସୀ ପସନ୍ଦ କରୁନାହାନ୍ତି। ଖାଲି ଏତିକି ନୁହେଁ, ପାଣ୍ଡିଆନ କହିଛନ୍ତି ଯେ, ମିଶନ ଶକ୍ତିକୁ ବନ୍ଦ କରିବାକୁ ବିଜେପି ତାର ଇସ୍ତାହାରରେ ଘୋଷଣା କରିଛି। ବିଏସକେୱ।ଆଇ
ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାରରେ ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ ବିଏସକେୱ।ଇ ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ ବିଏସକେୱ।ଇ ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।

ଯୁବକଙ୍କ ପାଇଁ ବିଜେପି ଇସ୍ତାହାରରେ କିଛି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

‘ନୂଆ-ଓ ବୃତ୍ତି ବନ୍ଦ କରିବାକୁ ବିଜେପି ଯୋଜନା କରୁଛି ।
ବିଜେପି କ୍ଷମତାକୁ ଆସିଲେ ଆଦିବାସୀ କଲ୍ୟାଣ ପାଇଁ ଗଠନ ହୋଇଥିବା ଏସଡିସି ବନ୍ଦ କରିଦେବ ବୋଲି ପାଣ୍ଡିଆନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଦିବାସୀଙ୍କ ପରିଚୟ ପାଇଁ ମୁଖ୍ୟମନ୍ତ୍ରୀ ଏସଡିସି ଗଠନ କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ବିଜେଡିର ବରିଷ୍ଠ ନେତା କହିଛନ୍ତି ଯେ, ଡବଲ ଇଞ୍ଜିନ ଥିବା ରାଜ୍ୟରେ ଶାନ୍ତି ନାହିଁ । ବିଜେଡିରୁ ବିଦା ହୋଇଥିଵା ଆପରାଧିକ ବ୍ୟକ୍ତିଙ୍କୁ ବିଜେପି ସାମିଲ କରିଛି ।

ମାଗଣା ବିଦ୍ୟୁତ ବିଜେପିର ଏକ ବଡ଼ ଜୁମଲା ବୋଲି କହି ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ବିଜେଡିର ମାଗଣା ବିଦ୍ୟୁତ ଶୁଣି ବିଜେପିକୁ କରେଣ୍ଟ ଲାଗିଛି ବୋଲି ପାଣ୍ଡିଆନ କହିଛନ୍ତି। ମହିଳାଙ୍କୁ ୫୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ବିଜେପିର ଆଉ ଏକ ଜୁମଲା ବୋଲି ପାଣ୍ଡିଆନ କହିଛନ୍ତି।

#Odia#Odisha#News
Share Article:

Related Articles