News Room Odisha
BREAKING
Odia

ଜାମିନ ମିଆଦ ବୃଦ୍ଧି ନେଇ କେଜ୍ରିୱାଲଙ୍କ ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ନିଜର ଡ଼ାକ୍ତରୀ ପରୀକ୍ଷା ଲାଗି କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ ୭ ଦିନ ବଢ଼ାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଆବେଦନ କରିଥିଲେ। ଏହି ଆବେଦନରେ ତୁରନ୍ତ ଶୁଣାଣି ପାଇଁ କେଜ୍ରିୱାଲଙ୍କ ଓକିଲ ମଙ୍ଗଳବାର ଦାବି କରିଥିଲେ। ସୁପ୍ରିମକୋର୍ଟର ଏକ ଅବକାଶ କାଳୀନ ଖଣ୍ଡପୀଠ କହିଛନ୍ତି, ଅନ୍ତରୀଣ [...]

Admin•May 28, 2024
Share Article:

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ନିଜର ଡ଼ାକ୍ତରୀ ପରୀକ୍ଷା ଲାଗି କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ ୭ ଦିନ ବଢ଼ାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଆବେଦନ କରିଥିଲେ। ଏହି ଆବେଦନରେ ତୁରନ୍ତ ଶୁଣାଣି ପାଇଁ କେଜ୍ରିୱାଲଙ୍କ ଓକିଲ ମଙ୍ଗଳବାର ଦାବି କରିଥିଲେ।

ସୁପ୍ରିମକୋର୍ଟର ଏକ ଅବକାଶ କାଳୀନ ଖଣ୍ଡପୀଠ କହିଛନ୍ତି, ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ନେଇ କେଜ୍ରିୱାଲଙ୍କ ଆବେଦନ ଉପରେ ନିଷ୍ପତ୍ତି ପ୍ରଧାନ ବିଚାରପତି ନେବେ । କାରଣ ତାଙ୍କ ବିରୋଧରେ ମୁଖ୍ୟ ମାମଲାର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ମେ ୧୦ରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ନିର୍ବାଚନ ପ୍ରଚାର ପାଇଁ ତାଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଜାମିନ ଦିଆଯାଇଥିଲା। ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ ତାଙ୍କୁ କହିଥିଲେ କୋର୍ଟ।

#Odia#Odisha#News
Share Article:

Related Articles