News Room Odisha
BREAKING
Odia

ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ପ୍ରଚାର କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ ପରିଶ୍ରମର ଫଳସ୍ୱରୂପ ମିଶନଶକ୍ତି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ [...]

Admin•May 28, 2024
Share Article:

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ପ୍ରଚାର କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ ପରିଶ୍ରମର ଫଳସ୍ୱରୂପ ମିଶନଶକ୍ତି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କ ପାଇଁ ବିଜୁଳି ବିଲ୍‍ ଛାଡ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତଙ୍କୁ ସାମିଲ କରିବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବେ । ଚତୁର୍ଥ ଦସ୍ତଖତରେ ନୂଆ-ଓ ଛାତ୍ରବୃତ୍ତି ରାଶି ପରିମାଣକୁ ବୃଦ୍ଧି କରିବେ, ପୁଅ ପାଇବେ ୧୨ ହଜାର ଓ ଝିଅ ପାଇବେ ୧୪ ହଜାର ଟଙ୍କା ।
ଏସବୁ ଜନକଲ୍ୟାଣକାରୀ ଯୋଜନା ଦେଖି ବିରୋଧୀଦଳ ବିଚଳିତ ହୋଇପଡ଼ିଲାଣି ବୋଲି ପାଣ୍ଡିଆନ କହିଥିଲେ। ବିଜେପି ଆସିଲେ ମିଶନଶକ୍ତି, ବି.ଏସ୍‍.କେ.ୱାଇ, ନୂଆ-ଓ ବନ୍ଦ କରିଦେବ ବୋଲି କହୁଛି । ଆମେ କେବେ ଏହା ହେବାକୁ ଦେବାନାହିଁ ବୋଲି ପାଣ୍ଡିଆନ କହିଥିଲେ।

ବିଜୁ ପରିବାରର ସଦସ୍ୟମାନେ ଏକାଠି ଲଢ଼ିଲେ ଆମେ ନିଶ୍ଚୟ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବା ବୋଲି ସେ କହିଥିଲେ।
ଓଡ଼ିଶାରେ ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି । ଆପଣମାନଙ୍କ ଆଶୀର୍ବାଦରେ ବିଜେଡ଼ି ବହୁମତ ପାଇଛି ବୋଲି ଦୃଢ଼ତାର ସହ କହିଛନ୍ତି ପାଣ୍ଡିଆନ ।

ଏଥିସହ ସେ ବିକାଶ କାର୍ଯ୍ୟର ହିସାବ ଦେଇଥିଲେ। ବେତନଟୀକୁ ଏନ୍‍.ଏ.ସି. ମାନ୍ୟତା ସହ ସୋନୋ ବ୍ୟାରେଜ ପାଇଁ ୭୪୦ କୋଟି ଟଙ୍କା, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା, ମାଣିତ୍ରୀ ଶିବ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

#Odia#Odisha#News
Share Article:

Related Articles