News Room Odisha
BREAKING
Odia

ଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ; ବିକାଶ କାର୍ଯ୍ୟ କିଛି କରିନଥିବାରୁ ସାଂସଦଙ୍କୁ କଡା ସମାଲୋଚନା

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ସହ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜଳେଶ୍ୱରରେ ମଧ୍ୟ ବିଜେଡି ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଜଳେଶ୍ୱରରେ ପାଣ୍ଡିଆନ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଉଛି ବୋଲି କହିବା ସ‌ହ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ପାଣ୍ଡିଆନ। ଜଳେଶ୍ୱରରେ ଯେତେସବୁ ବିକାଶ [...]

Admin•May 28, 2024
Share Article:

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ସହ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜଳେଶ୍ୱରରେ ମଧ୍ୟ ବିଜେଡି ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଜଳେଶ୍ୱରରେ ପାଣ୍ଡିଆନ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଉଛି ବୋଲି କହିବା ସ‌ହ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ପାଣ୍ଡିଆନ।

ଜଳେଶ୍ୱରରେ ଯେତେସବୁ ବିକାଶ କାମ ହୋଇଛି, ସେଥିପାଇଁ ଅଶ୍ୱିନୀ ବାବୁ କଠୋର ପରିଶ୍ରମ କରିଛନ୍ତି । ଆପଣଙ୍କ ଅଞ୍ଚଳରେ ପ୍ରକଳ୍ପ କରିବା ପାଇଁ ଦିନରାତି ଲାଗି ପଡ଼ନ୍ତି ବୋଲି ପାଣ୍ଡିଆନ କହିଥିଲେ। ସୁବର୍ଣ୍ଣରେଖା ନଦୀରେ ଚରମରାଠାରେ ୧୨୫ କୋଟି ଟଙ୍କାରେ ସେତୁ କରାଯାଇଛି, ନଦୀରେ ଷ୍ଟୋନ ପ୍ୟାକିଂ କରାଯାଇଛି । ଏସବୁ ବିକାଶ ପାଇଁ ଅଶ୍ୱିନୀ ବାବୁ ଚୁପ୍‍ଚାପ୍‍ ଶାନ୍ତିରେ କାମ କରନ୍ତି । ଅଶ୍ୱିନୀ ବାବୁ ଜଣେ ଆଦର୍ଶ ଲୋକ ପ୍ରତିନିଧି ବୋଲି ପାଣ୍ଡିଆନ କହିଥିଲେ।

ଆପଣ ଏଠାରୁ ଜଣେ ସାଂସଦ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କାମ କଲେ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ ପାଣ୍ଡିଆନ। ସ୍କୁଲ ରୂପାନ୍ତର, ମନ୍ଦିର, ମସ୍‍ଜିଦ ଓ ଚର୍ଚ୍ଚ ରୂପାନ୍ତର ଆଦି କାମରେ ସହଯୋଗ କଲେ କି ? ଏ ମାଟିର ଲୋକ ହୋଇ ଏ ମାଟିକୁ ଭୁଲିଗଲେ, ମନ୍ତ୍ରୀ ହେଲେ କିନ୍ତୁ ନିଜ ଅଞ୍ଚଳ ପାଇଁ ଗୋଟିଏ ବି କାମ କଲେ ନାହିଁ ବୋଲି ପାଣ୍ଡିଆନ କହିଥିଲେ।

ଲେଖାଶ୍ରୀ ସାମନ୍ତରାୟ ଭଉଣୀ ସାଂସଦ ହେଲେ ଏ ମାଟି ପାଇଁ ଦିନରାତି କାମ କରିବେ ବୋଲି ପାଣ୍ଡିଆନ କହିଥିଲେ। ସାରା ଓଡ଼ିଶା ଜାଣେ, ସମସ୍ତେ ଜାଣନ୍ତି ଯେ, ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼୍‍ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି,ଏସ୍‍.କେ.ୱାଇରେ ସାମିଲ କରିବେ। ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ଦେବେ ଓ
ଚତୁର୍ଥ ଦସ୍ତଖତରେ ନୂଆ-ଓ ସ୍କଲାରସିପ ରାଶି ପରିମାଣକୁ ବୃଦ୍ଧି କରିବେ, ଝିଅ ପିଲା ପାଇବେ ୧୪ ହଜାର, ପୁଅ ପିଲା ପାଇବେ ୧୨ ହଜାର ଟଙ୍କା। ବିଜେଡି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ମା’ମାନଙ୍କୁ ନିବେଦନ କରିଛନ୍ତି ପାଣ୍ଡିଆନ। ଗତଥର ଜଳେଶ୍ୱରରୁ ୩୦ ହଜାର ମାର୍ଜିନ ମିଳିଥିଲା । କଥା ରହିଲା, ଏଥର ୫୦ ହଜାର ମାର୍ଜିନ ମିଳିବ । ଜନତା ଏଥିରେ ସମ୍ମତି ଦେଇଥିଲେ।

#Odia#Odisha#News
Share Article:

Related Articles