News Room Odisha
BREAKING
Odia

ବିବାଦରେ ଆମୀର ଖାନଙ୍କ ପୁଅଙ୍କ ଡେବ୍ୟୁ ଫିଲ୍ମ ‘ମହାରାଜ’, ରିଲିଜ୍ ଉପରେ ଲାଗିଲା ରୋକ୍

ଅହମ୍ମଦାବାଦ: ଆମୀର ଖାନଙ୍କ ପୁଅ ଜୁନୈଦଙ୍କ ଡେବ୍ୟୁ ଫିଲ୍ମ ‘ମହାରାଜ’ ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡ଼ିଛି। ଗୁଜରାଟ ହାଇକୋର୍ଟ ‘ମହାରାଜ’ର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି । ଏହି ଫିଲ୍ମ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ବୈଷ୍ଣବ ସମ୍ପ୍ରଦାୟ ଦାବି କରିଛନ୍ତି । ଜଷ୍ଟିସ ସଂଗୀତା ବିଶେନଙ୍କ ଜଣିକିଆ ଖଣ୍ଡପୀଠ ଏହି ଫିଲ୍ମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ଫିଲ୍ମ ଶୁକ୍ରବାର ନେଟଫ୍ଲିକ୍ସରେ ରିଲିଜ୍ ହେବାର ଥିଲା। କୋର୍ଟ କେନ୍ଦ୍ର ସରକାର, [...]

Admin•June 14, 2024
Share Article:

ଅହମ୍ମଦାବାଦ: ଆମୀର ଖାନଙ୍କ ପୁଅ ଜୁନୈଦଙ୍କ ଡେବ୍ୟୁ ଫିଲ୍ମ ‘ମହାରାଜ’ ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡ଼ିଛି। ଗୁଜରାଟ ହାଇକୋର୍ଟ ‘ମହାରାଜ’ର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି । ଏହି ଫିଲ୍ମ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ବୈଷ୍ଣବ ସମ୍ପ୍ରଦାୟ ଦାବି କରିଛନ୍ତି ।

ଜଷ୍ଟିସ ସଂଗୀତା ବିଶେନଙ୍କ ଜଣିକିଆ ଖଣ୍ଡପୀଠ ଏହି ଫିଲ୍ମ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ଫିଲ୍ମ ଶୁକ୍ରବାର ନେଟଫ୍ଲିକ୍ସରେ ରିଲିଜ୍ ହେବାର ଥିଲା। କୋର୍ଟ କେନ୍ଦ୍ର ସରକାର, ନେଟଫ୍ଲିକ୍ସ ଏବଂ ଫିଲ୍ମର ନିର୍ମାତା ୟଶ ରାଜ୍ ଫିଲ୍ମସଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୮ରେ ହେବ।

ତେବେ କୋର୍ଟଙ୍କ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରାଯିବ ବୋଲି ଫିଲ୍ମର ପ୍ରଯୋଜନା ସଂସ୍ଥା ୟଶ୍ ରାଜ୍ ଫିଲ୍ମସ୍ ଓ ନେଟଫ୍ଲିକ୍ସ ପକ୍ଷରୁ କୁହାଯାଇଛି ।

ବୈଷ୍ଣବ ସମ୍ପ୍ରଦାୟର ୮ ଜଣ ସଦସ୍ୟ ଫିଲ୍ମ ବିରୋଧରେ କୋର୍ଟ ଯାଇଥିଲେ । ସେମାନେ ଏହାର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଏହି ଚଳଚ୍ଚିତ୍ର ୧୮୬୨ର ଚର୍ଚ୍ଚିତ ମହାରାଜ ଲିବେଲ୍ କେସ୍ ଉପରେ ଆଧାରିତ । ଆବେଦନକାରୀ ଯୁକ୍ତି କରିଛନ୍ତି ଯେ, ଯଦି ଏହି ଫିଲ୍ମକୁ ରିଲିଜ୍ କରିବାକୁ ଅନୁମତି ଦିଆଯାଏ, ତେବେ ସେମାନଙ୍କ ଧାର୍ମିକ ଭାବନା ଗୁରୁତର ଭାବେ ଆହତ ହେବ ଓ ଏହି ସମ୍ପ୍ରଦାୟର ଅନୁଗାମୀ ମାନଙ୍କ ପ୍ରତି ହିଂସା ଘଟିପାରେ।

ବରିଷ୍ଠ ଓକିଲ ମିହିର ଯୋଶୀ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇ କହିଥିଲେ ଯେ ଏହି ଚଳଚ୍ଚିତ୍ର ‘୧୮୬୨ର ଲିବେଲ୍ ମାମଲା ‘ ଉପରେ ଆଧାରିତ ଯାହା ବ୍ରିଟିଶ ବିଚାରପତିଙ୍କ ଦ୍ବାରା ଶୁଣାଣି କରାଯାଇଥିଲା। ସେ କହିଥିଲେ ଯେ ଏହି ମାମଲାରେ ରାୟ ଦେଇଥିବା ବ୍ରିଟିଶ ଯୁଗର କୋର୍ଟ ହିନ୍ଦୁ ଧର୍ମକୁ ନିନ୍ଦା କରିଥିଲେ ଏବଂ ଭଗବାନ କୃଷ୍ଣଙ୍କ ସହ ଭକ୍ତି ଗୀତ ଏବଂ ଭଜନ ସମ୍ପର୍କରେ ନିନ୍ଦନୀୟ ଟିପ୍ପଣୀ କରିଥିଲେ।

ଫିଲ୍ମ ରିଲିଜକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଆବେଦନକାରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ନାହିଁ କିମ୍ବା ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ବୋଲି ଆବେଦନକାରୀ କହିଛନ୍ତିି।

#Odia#Odisha#News
Share Article:

Related Articles