News Room Odisha
BREAKING
Odia

ଧରାକୋଟ: ଟ୍ରକ୍ ଧକ୍କାରେ ଚାହା ଦୋକାନୀ ମୃତ, ଜଣେ ଗୁରୁତର, ଚାରି ଆହତ

ଭଞ୍ଜନଗର: ମୃତ୍ୟୁ ଏମିତି ବି ଆସେ। ଅନ୍ୟମାନଙ୍କ ପାଇଁ ଚାହା କରୁଥିଲେ। ଆଉ କିଛି ଜଣ ଅପେକ୍ଷା କରିଥିଲେ ଗରମ ଚାହାର ମଜା ନେବା ପାଇଁ। ହେଲେ ସତେ ଯେମିତି ଯମ ଦୂତ ଭାବେ ଦ୍ରୁତଗାମୀ ଟ୍ରକ୍ ମାଡ଼ି ଆସିଲା। ଟ୍ରକ୍ ଧକ୍କାରେ ଚାହା ଦୋକାନୀ ମହେନ୍ଦ୍ର ବିଷୋୟୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଠାରେ ଶୁକ୍ରବାର ଏଭଳି ଦୁର୍ଘଟଣା ଘଟିଛି। ସେହି ଗାଁର କାମେଶ୍ବର ସେଠିଙ୍କ [...]

Admin•June 14, 2024
Share Article:

ଭଞ୍ଜନଗର: ମୃତ୍ୟୁ ଏମିତି ବି ଆସେ। ଅନ୍ୟମାନଙ୍କ ପାଇଁ ଚାହା କରୁଥିଲେ। ଆଉ କିଛି ଜଣ ଅପେକ୍ଷା କରିଥିଲେ ଗରମ ଚାହାର ମଜା ନେବା ପାଇଁ। ହେଲେ ସତେ ଯେମିତି ଯମ ଦୂତ ଭାବେ ଦ୍ରୁତଗାମୀ ଟ୍ରକ୍ ମାଡ଼ି ଆସିଲା। ଟ୍ରକ୍ ଧକ୍କାରେ ଚାହା ଦୋକାନୀ ମହେନ୍ଦ୍ର ବିଷୋୟୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଠାରେ ଶୁକ୍ରବାର ଏଭଳି ଦୁର୍ଘଟଣା ଘଟିଛି। ସେହି ଗାଁର କାମେଶ୍ବର ସେଠିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହି ଗାଁର ବୃନ୍ଦାବନ ସ୍ବାଇଁ, ଲକ୍ଷ୍ମଣ ଗୈାଡ, କାଳୁ ପ୍ରଧାନ ଓ ମୂରଲୀ ଗୈାଡଙ୍କୁ ଆସିକା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆସିକା ପଟୁ ଦ୍ରୁତ ଗତିରେ ଆସି ଏକ ଟ୍ରକ୍ ବାହାଡାଗୁଡା ଛକରେ ଥିବା ଏକ ଚାହା ଦୋକାନକୁ ଧକ୍କା ଦେଇ ପାଖ ମଣ୍ଡପ ଉପରକୁ ମାଡ଼ି ଯାଇଥିଲା। ଧରାକୋଟ ଥାନାଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଘଟଣାସ୍ଥଳରୁ ଟ୍ରକ୍ ଜବତ କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନାକୁ ପଠାଇଥିଲେ। ଟ୍ରକ୍ ଡ୍ରାଇଭର ପଶ୍ଚିମବଙ୍ଗର ବିଶ୍ବଜିତ ଦାସକୁ ଗିରଫ କରାଯାଇଛି।

#Odia#Odisha#News
Share Article:

Related Articles