News Room Odisha
BREAKING
Odia

ଶ୍ରୀମନ୍ଦିରରେ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା ଗୁଆଲି ଯାତ୍ରା

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥିଲା। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା।। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ [...]

Admin•June 20, 2024
Share Article:

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥିଲା। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା।। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରାଇଥିଲେ । ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ନୀତି କରାଯାଇଥିଲା।। ତତ୍ପରେ ବର କନ୍ୟା ( ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ) ରତ୍ନସିଂହାସନ କୁ ବିଜେ କରି ଏଠାରେ ବନ୍ଦାପନା ନୀତି ସମ୍ପର୍ଣ୍ଣ କରାଯାଇଥିଲା। ବନ୍ଦାପନା ନୀତି ସରିବା ପରେ ବର- କନ୍ୟା ଆଜ୍ଞାମାଳ ପ୍ରଦାନ କରାଯାଇ ସେଠାରେ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କି ରେ ଅଧିଷ୍ଠିତ କରାଇଥିଲେ। ବିମାନବଡୁ ସେବକମାନେ ଉକ୍ତ ପାଲିଙ୍କି କୁ ବଡ଼ ଦେଉଳର ଚତୁଃପାଶ୍ୱର୍ରେ ବେଢାଏ ବୁଲି ବିମାନ ସରଘର ଓ ଆନନ୍ଦ ବଜାର ରେ ପନ୍ତିଭୋଗ ହୋଇ ସିଂହଦ୍ୱାର ଦେଇ ରାଜାଙ୍କ ଶ୍ରୀନଅର କୁ ଘଣ୍ଟ , ଘଣ୍ଟା ,କାହାଳି ଓ ଆଲୋକ ମାଳାରେ ସଜ୍ଜିତ ଵର୍ଣ୍ଣାଢ୍ୟ ଶୋଭା ଯାତ୍ରାରେ ବିଜେ କରିଥିଲେ।

ଶ୍ରୀନଅର ଠାରେ ଗଜପତି ମହାରାଜ ବର-କନ୍ୟା ଙ୍କୁ ପାଛୋଟି ନେଇ ଖଟ ଉପରେ ବିଜେ କରାଇବାପରେ ମହାସୁଆର ସେବାୟତ ଦ୍ୱାରା ପ୍ରସ୍ତୁତ ପିଠାକୁ ପୂଜାପଣ୍ଡା ସେବକ ପଂଚଉପଚାର ବିଧିରେ ମଣୋହି କରିଥିଲେ।

ଏହାପରେ ପ୍ରସାଦ ଲାଗି ଓ ଗଜପତି ଚଳନ୍ତି ପ୍ରତିମାଙ୍କ ସମ୍ମୁଖରେ ରହି ବନ୍ଦାପନା ଓ ଚାମର ଆଲଟ ନୀତି ସମ୍ପାଦନ କରିବା ପରେ। ଶ୍ରୀନଅର ଭିତର ଶୋଧ ହୋଇ ସେବକ ଓ ଅନ୍ୟାନ୍ୟ ବ୍ୟକ୍ତିବୃନ୍ଦ ବାହାରକୁ ଆସି ଶ୍ରୀନଅର ବନ୍ଦ କରାଯାଇଥିଲା। ଗଜପତି ମହାରାଜ ବର କନ୍ୟା ଙ୍କ ନିକଟକୁ ବନ୍ଦାପନା କରିବା ସଙ୍ଗେସଙ୍ଗେ ବିଧି ଅନୁସାରେ ଭେଟି ଦେଇଥିଲେ। ଏହାପରେ ଶ୍ରୀନଅର ର ସିଂହଦ୍ୱାର ଖୋଲିଥିଲା।

ତତ୍ପରେ ମହାଜନ ସେବକମାନେ ବରକନ୍ୟା ଙ୍କୁ ପାଲିଙ୍କିରେ ବିଜେ କରାଇ ଜମେଶ୍ୱର ମହାଦେବ ଙ୍କ ମନ୍ଦିର କୁ ନେଇଥିଲେ। ସେଠାରେ ବରକନ୍ୟାଙ୍କ ଉଦେଶ୍ୟରେ ପଞ୍ଚଗ୍ରାସୀ ଭୋଗ ଓ ବନ୍ଦାପନା ନୀତି ବଢିଥିଲା। ଏହାପରେ ଦେବ ଦମ୍ପତି ବାହୁଡା ବିଜେ କରି ଦକ୍ଷିଣ ଘରକୁ ଆସିଥିଲେ। ଏହାପରେ ଶ୍ରୀମନ୍ଦିରରେ ଆଲଟ , ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସାରି ବରକନ୍ୟା ଦକ୍ଷିଣୀ ଘରୁ ଭିତରେ ସିଂହାସନ ବିଜେ କରିବା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୋଇ ରାତ୍ର ପହୁଡ଼ ହୋଇଥିଲା।

#Odia#Odisha#News
Share Article:

Related Articles