News Room Odisha
BREAKING
Odia

ଟି-୨୦ ବିଶ୍ୱକପ: ଆମେରିକା ଲଢ଼ିଲା, ଦକ୍ଷିଣ ଆଫ୍ରିକା ଜିତିଲା

ନର୍ଥ ସାଉଣ୍ଡ: ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ନବାଗତ ଆମେରିକା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକକୁ କଡ଼ା ଟକ୍କର ଦେଇଛି। ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୧୮ ରନ୍‌ରେ ଜିତିଥିଲେ ମଧ୍ୟ ଆମେରିକା ଲଢ଼ୁଆ ପ୍ରଦର୍ଶନ ଦ୍ବାରା କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୧୯୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଆମେରିକା ୬ [...]

Admin•June 20, 2024
Share Article:

ନର୍ଥ ସାଉଣ୍ଡ: ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ନବାଗତ ଆମେରିକା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକକୁ କଡ଼ା ଟକ୍କର ଦେଇଛି। ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୧୮ ରନ୍‌ରେ ଜିତିଥିଲେ ମଧ୍ୟ ଆମେରିକା ଲଢ଼ୁଆ ପ୍ରଦର୍ଶନ ଦ୍ବାରା କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୧୯୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଆମେରିକା ୬ ୱିକେଟ୍ ହରାଇ ୧୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା।

କାଗିସୋ ରାବାଡା, ଆନରିଚ ନର୍ଜେ, ମାର୍କେ ଜାନସେନଙ୍କ ଭଳି ଘାତକ ପେସ ବୋଲରଙ୍କ ବିପକ୍ଷରେ ୧୯୫ରନ୍ ବିଜୟ ଲକ୍ଷ୍ୟର ପିଛା କରିବା ସହଜ ନଥିଲେ ବି ଆମେରିକା ଏକ ସମୟରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ୧୯ତମ ଓଭରରେ ହରମିତ ସିଂହ ଆଉଟ୍ ହେବା ପରେ ଆମେରିକା ବିଜୟ ଅଶା ମଉଳି ଯାଇଥିଲା। ଆମେରିକା ୧୧.୧ ଓଭର ସୁଦ୍ଧା ୭୬ ରନ୍‌ରେ ୫ଟି ୱିକେଟ୍ ହରାଇ ପରାଜୟ ଦ୍ଵାରରେ ପହଞ୍ଚିଯାଇଥିଲା। ଓପନର ଆନ୍ଦ୍ରିୟସ ଗସ୍ ଗୋଟିଏ ପଟେ ଅପରାଜିତ ଥିଲେ, ହେଲେ ଅନ୍ୟ ପଟରୁ ତାଙ୍କୁ ସହାୟତା ମିଳୁ ନଥିଲା। ଗସ ୪୭ଟି ବଲ୍‌ରୁ ୫ଚୌକା ଓ ୫ଛକା ବଳରେ୮୦ ରନ୍ କରି ଅପରାଜିତ ରହିଥିଲେ।

ପୂର୍ବରୁ ଟସ୍ ଜିତି ଫିଲିଂ ନିଷ୍ପତ୍ତି ନେବା ଆମେରିକା ପାଇଁ ମହଙ୍ଗା ପଡ଼ିଥିଲା। ଲିଗ୍ ପର୍ଯ୍ୟାୟରେ ସଂଘର୍ଷ କରିଥିବା କ୍ୱିଣ୍ଟନ ଡି କକ୍ ଆଜି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଡି’ କକ୍ ସର୍ବାଧିକ ଡି କକ୍ ୭୪(୭ଚୌକା,୫ଛକା) ରନ୍କ ରିଥିବାବେଳେ ମାର୍କ୍ରାମ ୪୬ ଓ କ୍ଲାସେନ ୩ଛକା ବଳରେ ୩୬ ଓ ଷ୍ଟବ୍‌ ୨୦ ରନ୍ କରି ଅପରାଜିତ ରହିଥିଲେ।

#Odia#Odisha#News
Share Article:

Related Articles