ଟି-୨୦ ବିଶ୍ୱକପ୍: ଆଜି ଆଫଗାନିସ୍ତାନ ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ ଭାରତ
ବ୍ରିଜଟାଉନ୍ (ବାର୍ବାଡୋସ୍): ଭାରତ ଟି-୨୦ ବିଶ୍ୱକପ୍ର ସୁପର ୮ ପର୍ଯ୍ୟାୟରେ ନିଜ ପ୍ରଥମ ମ୍ୟାଚ୍ରେ ଗୁରୁବାର ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ ଯାହାଙ୍କ ବ୍ୟାଟ୍ ଦୀର୍ଘ ଦିନ ଧରି ନୀରବ ରହିଛି । ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଭାରତୀୟ ଦଳର କମ୍ବିନେସନ ନେଇ ଅନେକ ଚର୍ଚ୍ଚା ହେଉଛି | ଟୁର୍ନାମେଣ୍ଟ ଆରମ୍ଭରେ ଅଧିନାୟକ ରୋହିତ ଶର୍ମା ଚାରି [...]
ବ୍ରିଜଟାଉନ୍ (ବାର୍ବାଡୋସ୍): ଭାରତ ଟି-୨୦ ବିଶ୍ୱକପ୍ର ସୁପର ୮ ପର୍ଯ୍ୟାୟରେ ନିଜ ପ୍ରଥମ ମ୍ୟାଚ୍ରେ ଗୁରୁବାର ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ ଯାହାଙ୍କ ବ୍ୟାଟ୍ ଦୀର୍ଘ ଦିନ ଧରି ନୀରବ ରହିଛି । ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି।
ଭାରତୀୟ ଦଳର କମ୍ବିନେସନ ନେଇ ଅନେକ ଚର୍ଚ୍ଚା ହେଉଛି | ଟୁର୍ନାମେଣ୍ଟ ଆରମ୍ଭରେ ଅଧିନାୟକ ରୋହିତ ଶର୍ମା ଚାରି ଜଣ ଅଲରାଉଣ୍ଡର (ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ ଏବଂ ରବୀନ୍ଦ୍ର ଜାଡେଜା) ଚୂଡ଼ାନ୍ତ ଏକାଦଶରେ ରଖିଥିଲେ ।
ନ୍ୟୁୟର୍କରେ ବୋଲର ଉପଯୋଗୀ ପିଚରେ ମଧ୍ୟ ଏହି ରଣନୀତି ଭାରତ ପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ଏହା ଦ୍ବାରା ଅଷ୍ଟମ ନମ୍ବର ପର୍ଯ୍ୟନ୍ତ ଭାରତକୁ ବ୍ୟାଟିଂ ଗଭୀରତା ମଧ୍ୟ ମିଳୁଛି । ତେଣୁ ଅଧିନାୟକ ଏହି କମ୍ବିନେସନ ବଦଳାଇବା ପାଇଁ ଚାହିଁବେ ନାହିଁ । କୁଲଦୀପଙ୍କୁ ଦଳକୁ ଆଣିବା ପାଇଁ ହେଲେ ମହମ୍ମଦ ସିରାଜ କିମ୍ବା ଅର୍ଶଦୀପ ସିଂଙ୍କୁ ବାହାରେ ରଖିବାକୁ ପଡ଼ିବ। ଯଦି ଏପରି ହୁଏ, ତେବେ ସିରାଜଙ୍କୁ ବାହାରେ ବସିବାକୁ ପଡ଼ିପାରେ ।
ଭାରତୀୟ ପ୍ରଶଂସକଙ୍କ ନଜର କୋହଲିଙ୍କ ଉପରେ ରହିବ ଯିଏ ଏପର୍ଯ୍ୟନ୍ତ ଚଳିତ ଟୁର୍ନାମେଣ୍ଟରେ ଦୁଇ ଅଙ୍କ ସ୍କୋରରେ ପହଞ୍ଚି ପାରିନାହାଁନ୍ତି। ସେ ନ୍ୟୁୟର୍କରେ ଖେଳାଯାଇଥିବା ଲିଗ୍ ପର୍ଯ୍ୟାୟରେ ନିଜ ଚିରାଚରିତ ଶୈଳୀରେ ସଫଳ ହୋଇପାରିନଥିଲେ, କିନ୍ତୁ ୱେଷ୍ଟଇଣ୍ଡିଜରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ମଝି ଇନିଂସ୍ ଏବଂ ଡେଥ୍ ଓଭରରେ ଛକା ମାରିବା ପାଇଁ ଦଳରେ ସାମିଲ ହୋଇଥିବା ଶିବମ୍ ଦୁବେଙ୍କୁ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିନାହାନ୍ତି । ଏକ ବିସ୍ଫୋରକ ପାଳି ଖେଳିବାକୁ ତାଙ୍କ ଲକ୍ଷ୍ୟ ରହିବ । ଭାରତର ଷ୍ଟାର ଟି-୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ତାଙ୍କ ନିଜସ୍ବ ଷ୍ଟାଇଲରେ ଖେଳି ଆମେରିକା ବିପକ୍ଷରେ ରନ୍ କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ଏହି ଲୟ ବଜାୟ ରଖିବେ ବୋଲି ଆଶା କରାଯାଉଛି।
ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରନ୍ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ବୋଲିଂରେ ଅର୍ଶଦୀପଙ୍କ ପ୍ରଦର୍ଶନ ପ୍ରତି ମ୍ୟାଚରେ ଉନ୍ନତ ହୋଇଛି ଏବଂ ସେ ଜସପ୍ରୀତ ବୁମରାଙ୍କୁ ଭଲ ସମର୍ଥନ କରୁଛନ୍ତି। ଅକ୍ଷର ଏବଂ ଜାଡେଜା ମଧ୍ୟ ସ୍ପିନରମାନଙ୍କୁ ସୁହାଉଥିବା ପିଚରେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି |
ଅନ୍ୟପକ୍ଷରେ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ଠୁ ହାରିବା ପରେ ଆଫଗାନିସ୍ତାନ ଦଳ ଏଠାରେ ପହଞ୍ଚିଛି। ପ୍ରଥମ ତିନି ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଏହାର ବୋଲରମାନେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ସଂଘର୍ଷ କରିଥିଲେ।
ଟି-୨୦ ବିଶ୍ୱକପ: ଆମେରିକା ଲଢ଼ିଲା, ଦକ୍ଷିଣ ଆଫ୍ରିକା ଜିତିଲା
Next Articleଟି-୨୦ ବିଶ୍ୱକପ: ସଲ୍ଟଙ୍କ ବିସ୍ଫୋରକ ଇନିଂସ୍, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଇଂଲଣ୍ଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
