News Room Odisha
BREAKING
Odia

କେଜ୍ରିୱାଲଙ୍କୁ ଝଟକା, ଜାମିନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗତକାଲି (ଜୁନ୍ ୨୦) କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ଇଡି ହାଇକୋର୍ଟ ଯାଇଥିଲା। କେଜ୍ରିୱାଲଙ୍କୁ ଜାମିନ ନେଇ ତଳକୋର୍ଟ ରାୟ ଉପରେ ସ୍ଥଗିତାଦେଶ ଜାରି କରି ହାଇକୋର୍ଟ କହିଛନ୍ତି ଯେ, ଇଡି ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟର ଆଦେଶ [...]

Admin•June 21, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗତକାଲି (ଜୁନ୍ ୨୦) କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ଇଡି ହାଇକୋର୍ଟ ଯାଇଥିଲା। କେଜ୍ରିୱାଲଙ୍କୁ ଜାମିନ ନେଇ ତଳକୋର୍ଟ ରାୟ ଉପରେ ସ୍ଥଗିତାଦେଶ ଜାରି କରି ହାଇକୋର୍ଟ କହିଛନ୍ତି ଯେ, ଇଡି ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟର ଆଦେଶ କାର୍ଯ୍ୟକାରୀ ହେବ ନାହିଁ । ଅର୍ଥାତ୍ ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ କେଜ୍ରିୱାଲ ଜେଲରେ ରହିବେ।

#Odia#Odisha#News
Share Article:

Related Articles