News Room Odisha
BREAKING
Odia

ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ଆବେଦନକୁ ଗୃହୀତ, ଝାରସୁଗୁଡ଼ାର ୧୩ ବୁଥ ରେ ଯାଞ୍ଚ ହେବ ଇଭିଏମ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ସେ ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିଲେ । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ [...]

Admin•June 21, 2024
Share Article:

ଝାରସୁଗୁଡ଼ା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ସେ ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିଲେ । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍‌ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା | ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍ ଇଭିଏମ୍ ଓ ଭିଭିପିଏ ଏଟି ଯାଞ୍ଚ ପାଇଁ ଆବେଦନ କରିଛନ୍ତି। ପ୍ରତିଟି ସେଟ୍‌ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଛନ୍ତି | ଏକ ଇଞ୍ଜିନିୟରିଂ ଟିମ୍‌ର ଉପସ୍ଥିତିରେ ଏହି ୧୩ ସେଟ୍ ଇଭିଏମ୍ ଓ ଭିଭିପିଏଟିର ଯାଞ୍ଚ କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ୧୩ଟି ବୁଥ୍ ରେ ଇଭିଏମ୍ ଚେକିଂ ତଥା ଭେରିଫିକେସନ୍ କରାଯିବ। ଏ ନେଇ ଗୁରୁବାର ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଜୁନ୍ ୪ରେ ପ୍ରକାଶିତ ହୋଇଥିଲା। ବିଭିନ୍ନ କାରଣରୁ ଫଳାଫଳକୁ ନେଇ ସନ୍ତୁଷ୍ଟ ନ ଥିବା କେତେଜଣ ପ୍ରାର୍ଥୀ ଇଭିଏମ୍ ଯାଞ୍ଚ ନେଇ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରିଛନ୍ତି ଇସିଆଇ। ତଦନୁଯାୟୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼,ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲଙ୍ଗାନା ରାଜ୍ୟର ସମୁଦାୟ ୮ ଲୋକସଭା କ୍ଷେତ୍ରର ୯୨ଟି ବୁଥ ଏବଂ ୩ଟି ବିଧାନସଭା କ୍ଷେତ୍ର ଅଧୀନ ୨୬ଟି ବୁଥର ଇଭିଏମ୍ / ଭିଭିପାଟ୍ ଯାଞ୍ଚ ହେବ। ଏଥିରେ ଓଡ଼ିଶାର ଏକମାତ୍ର ବିଧାନସଭା କ୍ଷେତ୍ର ଝାରସୁଗୁଡ଼ା ରହିଛି। ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ବିଜେଡିରୁ ପ୍ରାର୍ଥୀ ଦୀପାଳି ଦାସ ଇଭିଏମ୍ ଯାଞ୍ଚ ଲାଗି ଆବେଦନ କରିଥିଲେ।ଗତ ଜୁନ୍ ୧ରେ ଇସିଆଇ ଆବେଦନ ପ୍ରଣାଳୀ, ଯାଞ୍ଚ ପ୍ରକ୍ରିୟା, ପ୍ରୋଟୋକଲ ଆଦିକୁ ନେଇ ଏସ୍ଓପି ଜାରି କରିଥିଲେ। ନିର୍ବାଚନ ଫଳାଫଳ ପ୍ରକାଶର ୩୦ ଦିନ ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ସମ୍ପୃକ୍ତ ମାନୁଫାକଚର୍‌ଙ୍କୁ ଆବେଦନକାରୀ ୨୧୯ ତାଲିକା ପ୍ରଦାନର ବ୍ୟବସ୍ଥା ରହିଛି। ହେଲେ ରାଜ୍ୟ ନିର୍ବାଚନ କମିଶନ ଏହାର ଯଥେଷ୍ଟ ପୂର୍ବରୁ ମାନୁଫାକଚର୍‌ଙ୍କୁ ଅବଗତ କରାଇ ସାରିଛନ୍ତି। ନିର୍ବାଚ ର୍ବାଚନ ଫଳାଫଳ ଘୋଷଣାର ୪୫ ଦିନ ମଧ୍ୟରେ ଅର୍ଥାତ ୧୯ ଜୁଲାଇ ସୁଦ୍ଧା ନିର୍ବାଚନ ପିଟିସନ ଦାୟର କରାଯାଇ ପାରିବ ବୋଲି ପ୍ରାବଧାନ ରହିଛି। ସିଇଓଙ୍କଠାରୁ ନିର୍ବାନ ନିର୍ବାଚନ ପିଟିସନ (ଇପି) ଷ୍ଟାଟସ୍ ସଂପର୍କରେ ଜାଣିବା ପରେ ଦୁଇ ସପ୍ତା ପ୍ତାହ ମଧ୍ୟରେ ମାନୁଫାକଚର୍ ଇଭିଏମ୍ ଚେକିଂ ଏବଂ ଭେରିଫିକେସନ ଲାଗି ସମୟ ନିର୍ଦ୍ଧା ନିର୍ଦ୍ଧାରଣ କରିବେ । ଇପି ଷ୍ଟାଟସ୍ ସମ୍ପର୍କରେ ନିଶ୍ଚିତ ହେବା । ପରେ ଚାରି ସପ୍ତାହ ମଧ୍ୟରେ ଇଭିଏମ୍‌ର ଚେକିଂ ଏବଂ ଭେରିଫିକେସନ୍ କରିବେ ବୋଲି ଏଥିରେ ଦର୍ଶାଯାଇଛି ।

#Odia#Odisha#News
Share Article:

Related Articles