News Room Odisha
BREAKING
Odia

ଟି-୨୦ ବିଶ୍ଵକପ: ଆଜି ବାଂଲାଦେଶକୁ ଭେଟିବ ଭାରତ

ନର୍ଥ ସାଉଣ୍ଡ: ଟି-୨୦ ବିଶ୍ଵକପର ସୁପର-୮ ରାଉଣ୍ଡରେ ଆଜି ଭାରତ ପଡ଼ୋଶୀ ବାଂଲାଦେଶକୁ ଭେଟିବ। ଚଳିତ ବିଶ୍ଵକପ୍‌ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବାବେଳେ ବାଂଲାଦେଶ ଏହାର ପ୍ରଥମ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇ ସାରିଛି। ତେଣୁ ଦୁଇ ଉପମହାଦେଶୀୟ ଦଳ ମଧ୍ୟରେ ଏହି ମୁକାବିଲା ବେଶ୍ ରୋଚକ ହେବା ଆଶା କରାଯାଉଛି। ଲିଗ୍ ପର୍ଯ୍ୟାୟ ଓ ଆଫଗାନିସ୍ତାନ ବିପକ୍ଷ ସୁପର-୮ର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ ହେଁ ଟପ୍ ଅର୍ଡର କ୍ଲିକ୍ କରି ପାରିନାହିଁ। [...]

Admin•June 22, 2024
Share Article:

ନର୍ଥ ସାଉଣ୍ଡ: ଟି-୨୦ ବିଶ୍ଵକପର ସୁପର-୮ ରାଉଣ୍ଡରେ ଆଜି ଭାରତ ପଡ଼ୋଶୀ ବାଂଲାଦେଶକୁ ଭେଟିବ। ଚଳିତ ବିଶ୍ଵକପ୍‌ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବାବେଳେ ବାଂଲାଦେଶ ଏହାର ପ୍ରଥମ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇ ସାରିଛି। ତେଣୁ ଦୁଇ ଉପମହାଦେଶୀୟ ଦଳ ମଧ୍ୟରେ ଏହି ମୁକାବିଲା ବେଶ୍ ରୋଚକ ହେବା ଆଶା କରାଯାଉଛି। ଲିଗ୍ ପର୍ଯ୍ୟାୟ ଓ ଆଫଗାନିସ୍ତାନ ବିପକ୍ଷ ସୁପର-୮ର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ ହେଁ ଟପ୍ ଅର୍ଡର କ୍ଲିକ୍ କରି ପାରିନାହିଁ। ମଧ୍ୟଭାଗରେ ଶିବମ ଦୁବେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ତେଣୁ ଆଗାମୀ ମ୍ୟାଚରେ ଟପ୍ ଅର୍ଡର ସମେତ ଦୁବେଙ୍କ ଉପରେ ଚାପ ରହିବ। ଭାରତ ଯଦିଓ ଫେଭରିଟ ବିବେଚିତ ହେଉଛି, ତେବେ ବାଂଲାଦେଶ ବିପର୍ଯ୍ୟୟ ସୃଷ୍ଟି କରିବାକୁ ସକ୍ଷମ ବୋଲି ଟିମ୍ ମ୍ୟାନେଜମେଣ୍ଟ ଅବଗତ ଅଛି। ତେଣୁ ଭାରତ ହାଲକା ମନୋଭାବ ସହ ପଡ଼ିଆକୁ ଓହ୍ଲାଇବା ଭୁଲ୍ କରିବ ନାହିଁ।

#Odia#Odisha#News
Share Article:

Related Articles