News Room Odisha
BREAKING
Odia

ହୋପ୍‌ ବିସ୍ଫୋରଣ, ଆମେରିକାକୁ ମାତ୍ର ୧୦.୫ ଓଭରରେ ହରାଇଲା ଓ୍ବେଷ୍ଟଇଣ୍ଡିଜ୍

ବ୍ରିଜଟାଉନ୍: ରୋଷ୍ଟନ୍ ଚେଜ୍ ଓ ଆଣ୍ଡ୍ରେ ରସେଲଙ୍କ ଚମତ୍କାର ବୋଲିଂ ପରେ ଓପନର୍ ଶାଇ ହୋପଙ୍କ ବିସ୍ଫୋରକ ଇନିଂସ୍ ସହାୟତାରେ ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପର ଏକ ସୁପର-୮ ମ୍ୟାଚରେ ସହ ଆୟୋଜକ ଆମେରିକାକୁ ୫୫ ବଲ୍ ବାକି ଥାଇ ୯ ୱିକେଟରେ ହରାଇଛି । ଏହି ଦମଦାର ବିଜୟ ସହ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ ଆଶା ବଜାୟ ରଖିଛି। ୱେଷ୍ଟଇଣ୍ଡିଜ୍ ସୁପର-୮ର ଗ୍ରୁପ୍ ୨ର ପ୍ରଥମ ମ୍ୟାଚ୍ ରେ ଇଂଲଣ୍ଡ ଠାରୁ ହାରିଥିଲା | ତେବେ ଆମେରିକା ବିରୋଧରେ [...]

Admin•June 22, 2024
Share Article:

ବ୍ରିଜଟାଉନ୍: ରୋଷ୍ଟନ୍ ଚେଜ୍ ଓ ଆଣ୍ଡ୍ରେ ରସେଲଙ୍କ ଚମତ୍କାର ବୋଲିଂ ପରେ ଓପନର୍ ଶାଇ ହୋପଙ୍କ ବିସ୍ଫୋରକ ଇନିଂସ୍ ସହାୟତାରେ ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପର ଏକ ସୁପର-୮ ମ୍ୟାଚରେ ସହ ଆୟୋଜକ ଆମେରିକାକୁ ୫୫ ବଲ୍ ବାକି ଥାଇ ୯ ୱିକେଟରେ ହରାଇଛି । ଏହି ଦମଦାର ବିଜୟ ସହ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ ଆଶା ବଜାୟ ରଖିଛି।

ୱେଷ୍ଟଇଣ୍ଡିଜ୍ ସୁପର-୮ର ଗ୍ରୁପ୍ ୨ର ପ୍ରଥମ ମ୍ୟାଚ୍ ରେ ଇଂଲଣ୍ଡ ଠାରୁ ହାରିଥିଲା | ତେବେ ଆମେରିକା ବିରୋଧରେ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ଓ୍ବେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ପରେ ଆମେରିକାକୁ ୧୯.୫ ଓଭରରେ ୧୨୮ ରନରେ ଅଲ୍ଆଉଟ୍ କରିଦେଇଥିଲା ।

ଏହା ପରେ ୱେଷ୍ଟଇଣ୍ଡିଜ୍ ହୋପଙ୍କ ୩୯ଟି ବଲରେ ଅପରାଜିତ ୮୨ ରନର ଚମତ୍କାର ଇନିଂସ୍ ବଳରେ ମାତ୍ର ୧୦.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୩୦ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଏହି ଜବରଦସ୍ତ ଚେଜ୍ ସହ ଓ୍ବେଷ୍ଟଇଣ୍ଡିଜ ନିଜ ନେଟ୍ ରନ୍ ରେଟକୁ ମଧ୍ୟ ଉନ୍ନତ କରିଛି। ହୋପ୍ ତାଙ୍କ ଇନିଂସରେ ୪ ଚୌକା ଓ ୮ଟି ଛକା ମାରିଥିଲେ।

ଜନସନ ଚାର୍ଲ୍ସ ୧୪ଟି ବଲରେ ୧୫ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଦ୍ୱିତୀୟ ୱିକେଟ୍ ପାଇଁ ହୋପ ଏବଂ ନିକୋଲାସ ପୁରାନ୍ ମାତ୍ର ୨୩ ବଲରେ ୬୩ ରନ୍ ଯୋଡି ଦଳକୁ ଏକ ବଡ଼ ବିଜୟ ଦେଇଥିଲେ।

ପୁରନ୍ ୧୨ ବଲରେ ଅପରାଜିତ ୨୭ ରନ କରିଥିଲେ ଯେଉଁଥିରେ ତିନୋଟି ଛକା ଏବଂ ଗୋଟିଏ ଚୌକା ରହିଥିଲା। ସେ ଚଳିତ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୧୭ଟି ଛକା ମାରିଛନ୍ତି, ଯାହାକି କୌଣସି ଟି-୨୦ ବିଶ୍ୱକପରେ ଏକ ନୂଆ ରେକର୍ଡ । ଏଥିସହ ପୁରାନ୍ ତାଙ୍କର ପୂର୍ବତନ ୱେଷ୍ଟଇଣ୍ଡିଜ୍ ସାଥୀ ଖେଳାଳି କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗେଲ୍ ୨୦୧୨ ସଂସ୍କରଣରେ ୧୬ଟି ଛକା ମାରିଥିଲେ ।

ୱେଷ୍ଟଇଣ୍ଡିଜକୁ ବର୍ତ୍ତମାନ ସେମିଫାଇନାଲରେ ପହଞ୍ଚିବା ପାଇଁ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ପଡ଼ିବ। ଇଂଲଣ୍ଡ ପରବର୍ତ୍ତୀ ମ୍ୟାଚରେ ଆମେରିକାକୁ ପରାସ୍ତ କଲେ ମଧ୍ୟ ୱେଷ୍ଟଇଣ୍ଡିଜ୍ ଆଗକୁ ବଢ଼ିପାରେ । କାରଣ ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜର ନେଟ୍ ରନ୍ ରେଟ୍ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ତୁଳନାରେ ବେଶ୍ ଉନ୍ନତ ରହିଛି ।

#Odia#Odisha#News
Share Article:

Related Articles