News Room Odisha
BREAKING
Odia

ହୀରାକୁଦ ଛାଡିଲା ପ୍ରଥମ ବନ୍ଯାଜଳ, ୩ ପର୍ଯ୍ୟାୟରେ ଖୋଲିଲା ୨୦ ଗେଟ

ସମ୍ବଲପୁର: ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ନିଷ୍କାସନ କରାଯାଇଛି। ସକାଳ ଠିକ୍ ୯ଟା ପରେ ବାମ ପଟର ସପ୍ତମ ସ୍ପିଲୱେକୁ ପ୍ରଥମେ ଖୋଲାଯାଇଥିଲା। ପରେ ୩ଟି ପର୍ଯ୍ୟାୟରେ ମୋଟ ୨୦ ଟି ଗେଟ ଖୋଲାଯାଇ ମହାନଦୀକୁ ୩ ଲକ୍ଷ ୭୯ ହଜାର ୬୩୫ କ୍ୟୁସେକ ଜଳ ଛଡାଯାଉଛି। ଉପରମୁଣ୍ଡରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବା ଫଳରେ ହୀରାକୁଦର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ମାତ୍ର ୬ ଦିନରେ ୧୬ ଫୁଟରୁ ଉର୍ଦ୍ଧ୍ବ [...]

Admin•July 28, 2024
Share Article:

ସମ୍ବଲପୁର: ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ନିଷ୍କାସନ କରାଯାଇଛି। ସକାଳ ଠିକ୍ ୯ଟା ପରେ ବାମ ପଟର ସପ୍ତମ ସ୍ପିଲୱେକୁ ପ୍ରଥମେ ଖୋଲାଯାଇଥିଲା। ପରେ ୩ଟି ପର୍ଯ୍ୟାୟରେ ମୋଟ ୨୦ ଟି ଗେଟ ଖୋଲାଯାଇ ମହାନଦୀକୁ ୩ ଲକ୍ଷ ୭୯ ହଜାର ୬୩୫ କ୍ୟୁସେକ ଜଳ ଛଡାଯାଉଛି। ଉପରମୁଣ୍ଡରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବା ଫଳରେ ହୀରାକୁଦର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ମାତ୍ର ୬ ଦିନରେ ୧୬ ଫୁଟରୁ ଉର୍ଦ୍ଧ୍ବ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ସ୍ଥିତିକୁ ଦେଖି ପୂର୍ବ ଘୋଷଣା ମୁତାବକ ଆଜି ସକାଳ ୯ଟାରୁ ହୀରାକୁଦ ପଟର ସ୍ପିଲୱେ ସମ୍ମୁଖରେ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ଗେଟ ଖୋଲା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ବର୍ତ୍ତମାନ ହୀରାକୁଦକୁ ୨୮୯୧୬୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୭୯୬୩୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେପଟେ ଜଳସ୍ତର ୬୧୭.୭୭ ଫୁଟରେ ପହଞ୍ଚିଛି।

#Odia#Odisha#News
Share Article:

Related Articles