News Room Odisha
BREAKING
Odia

ପ୍ୟାରିସ୍ ଅଲିମ୍ପିକ୍ସ: ପିସ୍ତଲ କୁଇନ୍ ମନୁ ଭାକର ଦେଲେ ଭାରତକୁ ପ୍ରଥମ ପଦକ

ପ୍ୟାରିସ : ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ସୁଟର ମନୁ ଭାକର ଦେଇଛନ୍ତି ଭାରତକୁ ପ୍ରଥମ ପଦକ । ମନୁ ରବିବାର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ଖାତା ଖୋଲିଛନ୍ତି। ମନୁ ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ଅଲିମ୍ପିକ୍ ପଦକ ଜିତି ଇତିହାସ ରଚିଛନ୍ତି। ସେ ଫାଇନାଲରେ ୨୨୧.୭ ପଏଣ୍ଟ ସହ ବ୍ରୋଞ୍ଜ ଜିତିଛନ୍ତି । ଏହି ଇଭେଣ୍ଟରେ ୨୪୩.୨ ପଏଣ୍ଟ ସ୍କୋର କରି କୋରିଆର ଓହ [...]

Admin•July 28, 2024
Share Article:

ପ୍ୟାରିସ : ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ସୁଟର ମନୁ ଭାକର ଦେଇଛନ୍ତି ଭାରତକୁ ପ୍ରଥମ ପଦକ । ମନୁ ରବିବାର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତର ପଦକ ଖାତା ଖୋଲିଛନ୍ତି। ମନୁ ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ଅଲିମ୍ପିକ୍ ପଦକ ଜିତି ଇତିହାସ ରଚିଛନ୍ତି। ସେ ଫାଇନାଲରେ ୨୨୧.୭ ପଏଣ୍ଟ ସହ ବ୍ରୋଞ୍ଜ ଜିତିଛନ୍ତି । ଏହି ଇଭେଣ୍ଟରେ ୨୪୩.୨ ପଏଣ୍ଟ ସ୍କୋର କରି କୋରିଆର ଓହ ୟେ ଜିନ୍ ସ୍ୱର୍ଣ୍ଣ ଜିତିଥିବା ବେଳେ କୋରିଆର ହିଁ ୨୪୧.୩ ପଏଣ୍ଟ ସହ କିମ ୟେଜି ରୌପ୍ୟ ହାସଲ କରିଥିଲେ ।

୧୨ ବର୍ଷ ପରେ ଅଲିମ୍ପିକ୍ସର ସୁଟିଂ ଇଭେଣ୍ଟରେ ଭାରତକୁ ପଦକ ମିଳିଛି। ଶେଷଥର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସୁଟିଂରେ ପଦକ ପାଇଥିଲା | ଅଲିମ୍ପିକ୍ସ ସୁଟିଂରେ ଏହା ହେଉଛି ଭାରତର ପଞ୍ଚମ ପଦକ।

#Odia#Odisha#News
Share Article:

Related Articles