News Room Odisha
BREAKING
Odia

ରାଜ୍ୟ ସଂଗ୍ରହାଳୟରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ [...]

Admin•June 14, 2024
Share Article:

ଭୁବନେଶ୍ଵର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା ।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ ପାଳନ କରିଥିଲେ ରଜ ମହୋତ୍ସବ। ଫୁଲ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଜଣେ ଖାଣ୍ଟି ଓଡିଆ ଘରର ପୁଅ ଭଳି ପୋଡ ପିଠା ଖାଇଥିଲେ, ରଜ ପାନ ଖାଇଥିଲେ। ପିଲାଙ୍କୁ ଦୋଳି ମଧ୍ୟ ଖେଳାଇଥିଲେ।

ସେଠାରେ ରଜ ମହୋତ୍ସବ ପାଳିବା ପାଇଁ ଉପସ୍ଥିତ ଥିବା ଯୁବକ, ଯୁବତୀ ଓ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରଜ ମହୋତ୍ସବ ହେଉଛି ଓଡିଆ ସଂସ୍କୃତି ଓ ଅସ୍ମିତାର ଗଣପର୍ବ। ନୂଆ ସରକାର ଆସିବା ପରେ ସଂସ୍କୃତି ବିଭାଗ ପକ୍ଷରୁ ରଜ ପର୍ବ ପାଳନ କରିବା ଏକ ସୁନ୍ଦର ଉଦ୍ୟମ ବୋଲି ସେ କହିଥିଲେ।

ବ୍ୟାସ କବି ଫକିର ମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ତୈଳଚିତ୍ରରେ ମୁଖ୍ୟମନ୍ତ୍ରୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ରାସ୍ତାର ଉଭୟ ପାର୍ଶ୍ୱରେ ଜନତା ଦେଲେ ସମ୍ବର୍ଦ୍ଧନା, ପିଲାଙ୍କ ଠାରୁ ଫୁଲ ନେଲେ, ସେଲ୍‌ଫି ଉଠାଇଲେ ।

#Odia#Odisha#News
Share Article:

Related Articles