ବଲାଙ୍ଗୀରରେ ନୂଆ-ଓ ଜିଲ୍ଲା ଉତ୍ସବ
ବଲାଙ୍ଗୀର : ଆଜି ନୂଆ-ଓ ଜିଲ୍ଲା ଉତ୍ସବ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ “୫-ଟି” ତଥା “ନବୀନ ଓଡ଼ିଶା”ର ଅଧ୍ୟକ୍ଷ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ସହ ବଲାଙ୍ଗୀର ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରିଡା ଓ ସାଂସ୍କୃତିକ ବିକାଶ ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି [...]
ବଲାଙ୍ଗୀର : ଆଜି ନୂଆ-ଓ ଜିଲ୍ଲା ଉତ୍ସବ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ “୫-ଟି” ତଥା “ନବୀନ ଓଡ଼ିଶା”ର ଅଧ୍ୟକ୍ଷ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ପାଇଁ ସହ ବଲାଙ୍ଗୀର ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରିଡା ଓ ସାଂସ୍କୃତିକ ବିକାଶ ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବଲାଙ୍ଗୀର ଯୁବକ ଯୁବତି ମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ବଲାଙ୍ଗୀର ଗଠନରେ ଯୁବବର୍ଗ ଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ । ଯୁବ ସମୟ ଜୀବନର ସ୍ୱର୍ଣ୍ଣିମ ସମୟ । ଏହି ସମୟକୁ ସଦୁପଯୋଗ କରିବା ନିହାତି ଆବଶ୍ୟକ । ଯୁବବର୍ଗ କେବଳ ପାଠରେ ନୁହେ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର । ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୁହିକ ବିକାଶ ଦିଗରେ ସାହାଜ୍ୟ କରୁଛି । ଏହା ସହ ସେ ପିଲାମାନଙ୍କୁ ଜିତିବା ଅପେକ୍ଷା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରିଥିଲେ । କେତେ ଜଣ ସଫଳ ହେବାକୁ ଚାହାନ୍ତି , କେତେ ଜଣ ଅତି କମରେ ଅଧ ଘଣ୍ଟା ଏକ୍ସର୍ସାଇଜ଼ କରନ୍ତି , କିଏ ଅତି କମରେ ୧୫ ମିନିଟ ଯୋଗ କରନ୍ତି , କିଏ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନିଅନ୍ତି , କେତେ ପିଲା ଦିନକୁ ୧୪ ଘଣ୍ଟା ପରିଶ୍ରମ କରନ୍ତି ଏବଂ ଗୁରୁଜନ ମାନଙ୍କୁ କେତେ ପିଲା ସମ୍ମାନ ଦିଅନ୍ତି ପ୍ରଶ୍ନ ପଚାରି, ଯୁବ ବର୍ଗ ଏହା କରିବାକୁ ଚେଷ୍ଟିତ ହେଲେ ସଫଳ ହେବେ ବୋଲି କହିଥିଲେ ।
ଉଦାହରଣ ଦେଇ ବଲାଙ୍ଗୀର ପାଟଣାଗଡ଼ରୁ ଯାଇ ସୁବ୍ରତ ବାଗଚି ଆଜି ବହୁତ ବଡ ଉଦ୍ୟୋଗୀ ହେବ ସହ ୨୦୦୦୦ ରୁ ଅଧିକ ରୋଜଗାର ଦେଇଛନ୍ତି । ସୋନପୁରରୁ ନୀଳମାଧବ ପଣ୍ଡା ଚଳଚିତ୍ର ନିର୍ଦେଶକ ହେଇ ପଦ୍ମଶ୍ରୀ ପାଇଛନ୍ତି । ପାୟଲ ନାମ୍ନୀ ଜଣେ ତୀରନ୍ଦାଜିରେ ପାରା ଅଲିମ୍ପିକ ପାଇଁ ଅଭ୍ୟାସ କରିବା, ତଥା ପୃଥୀରାଜ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏବଂ ଜଷ୍ଟିସ ସଞ୍ଜୟ ମିଶ୍ରଙ୍କ ପରି ସମସ୍ତଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାକୁ ପ୍ରେରିତ କରିଥିଲେ । ଆକାଶକୁ ହିଁ ସୀମା ଭାବି ସମସ୍ତେ ଉଚ୍ଚ ଚିନ୍ତା କରିବା କୁ କହିଥିଲେ ।
ଏହି ଉତ୍ସବ ରେ ବିଭିନ୍ନ ରାଜ୍ୟସ୍ତରୀୟ କଳାକାର ମାନଙ୍କ ଦ୍ୱାରା ଷ୍ଟାଣ୍ଡ-ଅପ କମେଡି , ସଙ୍ଗୀତ ,ନୃତ୍ୟ , ଆଦି କଳା ପରିବେଷଣ କରିଥିଲେ । ଜିଲ୍ଲାର ୧୦୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମାବେଶ ହେଇଥିବା ବେଳେ ସମସ୍ତେ ଏହି କାର୍ଯ୍ୟକ୍ରମର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମ ମାନସୀ ମିଶ୍ର ପରିଚାଳନା କରିଥିଲେ ।
ବିଶ୍ବର ଏହି ୬ଟି ଦେଶର ପାସପୋର୍ଟ ସବୁଠୁ କ୍ଷମତାଶାଳୀ, ଭାରତର ମାନ୍ୟତା କେତେ ଜାଣନ୍ତୁ
Next Article୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନରେ ୩୮୯ଟି ସ୍କୁଲ ଲୋକାର୍ପିତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
