ବିଶ୍ବର ଏହି ୬ଟି ଦେଶର ପାସପୋର୍ଟ ସବୁଠୁ କ୍ଷମତାଶାଳୀ, ଭାରତର ମାନ୍ୟତା କେତେ ଜାଣନ୍ତୁ
ନୂଆଦିଲ୍ଲୀ: ନିକଟରେ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ପାସପୋର୍ଟ ଦେଶର ଏକ ନୂଆ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଭାରତ ପୂର୍ବ ଅପେକ୍ଷା ଏଥର ଭଲ ମାନ୍ୟତା ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ ଗତଥର ପରି ସିଙ୍ଗାପୁର ଏବଂ ଜାପାନ ଏଥର ମଧ୍ୟ ଏହି ତାଲିକାରେ ଟପ୍ପର ହୋଇଛନ୍ତି | ଏହି ଦୁଇ ଦେଶର ପାସପୋର୍ଟ ଗତ ପାଞ୍ଚ ବର୍ଷ ଧରି ହେନଲି ଇଣ୍ଡେକ୍ସରେ ସବୁଠାରୁ କ୍ଷମତାଶାଳୀ ପାସପୋର୍ଟ ହୋଇ ରହିଆସିଛି। କିନ୍ତୁ ଚଳିତ [...]
ନୂଆଦିଲ୍ଲୀ: ନିକଟରେ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ପାସପୋର୍ଟ ଦେଶର ଏକ ନୂଆ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଭାରତ ପୂର୍ବ ଅପେକ୍ଷା ଏଥର ଭଲ ମାନ୍ୟତା ପାଇଛି।
ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ ଗତଥର ପରି ସିଙ୍ଗାପୁର ଏବଂ ଜାପାନ ଏଥର ମଧ୍ୟ ଏହି ତାଲିକାରେ ଟପ୍ପର ହୋଇଛନ୍ତି | ଏହି ଦୁଇ ଦେଶର ପାସପୋର୍ଟ ଗତ ପାଞ୍ଚ ବର୍ଷ ଧରି ହେନଲି ଇଣ୍ଡେକ୍ସରେ ସବୁଠାରୁ କ୍ଷମତାଶାଳୀ ପାସପୋର୍ଟ ହୋଇ ରହିଆସିଛି। କିନ୍ତୁ ଚଳିତ ବର୍ଷ ଏହି ସୂଚକାଙ୍କରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସିଙ୍ଗାପୁର ଏବଂ ଜାପାନ ସହିତ ଚାରିଟି ୟୁରୋପୀୟ ଦେଶ ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅର୍ଥାତ୍ ଏହି ୬ ଦେଶର ପାସପୋର୍ଟ ସବୁଠୁ କ୍ଷମତାଶାଳୀ ମାନ୍ୟତା ପାଇଛି ।
ଏହି ୬ ଦେଶର ପାସପୋର୍ଟଧାରୀ ବିଶ୍ବର ୨୨୭ ଦେଶ ମଧ୍ୟରୁ ୧୯୪ ଦେଶରେ ଭିସା ମୁକ୍ତ ପ୍ରବେଶ କରିପାରିବେ | ଦ୍ୱିତୀୟ ସ୍ଥାନରେ ଆମେରିକା ସହିତ ଦକ୍ଷିଣ କୋରିଆ, ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ପରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ରହିଛି। ଏହି ଦେଶର ପାସପୋର୍ଟଧାରୀମାନେ ୧୯୩ ଗନ୍ତବ୍ୟସ୍ଥଳ ପରିଦର୍ଶନ କରିପାରିବେ |
ଏହି ତାଲିକାରେ ଆମେରିକା ଅନ୍ୟ କେତେକ ଦେଶ ସହିତ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛି | ଭାରତୀୟ ପାସପୋର୍ଟ ୮୦ ତମ ସ୍ଥାନରେ ଅଛି | ଭାରତୀୟ ପାସପୋର୍ଟଧାରୀମାନେ ୬୨ ଦେଶକୁ ଭିସା ମୁକ୍ତ ଯାତ୍ରା କରିପାରିବେ | ଭାରତ ସହିତ ଉଜବେକିସ୍ତାନ ମଧ୍ୟ ୮୦ ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ପାସପୋର୍ଟ ଏହି ତାଲିକାରେ ୧୦୧ତମ ସ୍ଥାନରେ ରହିଛି।
ସରକାରୀ ବାସଭବନରୁ ମିଳିଲା ବିଡିଓଙ୍କ ଝୁଲନ୍ତା ମୃତଦେହ
Next Articleବଲାଙ୍ଗୀରରେ ନୂଆ-ଓ ଜିଲ୍ଲା ଉତ୍ସବ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
