ଆଠଗଡ଼ରେ ପିଏମଜିଏସୱ।ଇ ରାସ୍ତା ଧାର୍ଯ୍ୟ ସମୟରେ ଶେଷ ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ
ଭୁବନେଶ୍ୱର – ଆଠଗଡ଼ ବିଧାନସଭା କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟକୁ ତ୍ୱରାନ୍ଵିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଆଜି ଲୋକସେବା ଭବନଠାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା [...]
ଭୁବନେଶ୍ୱର – ଆଠଗଡ଼ ବିଧାନସଭା କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟକୁ ତ୍ୱରାନ୍ଵିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଆଜି ଲୋକସେବା ଭବନଠାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ସମେତ ବିଭାଗର ଅତିରିକ୍ତ ଶାସନ ସଚିବ ଏସ୍.କେ.ପଣ୍ଡା , ପିଏମ୍ଜିଏସ୍ଇର ମୁଖ୍ୟଯନ୍ତ୍ରୀ ପି . କେ . ସାହୁ ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ହରିଡ଼ାଗହିରଠାରୁ ଲକ୍ଷ୍ମୀନାରାୟଣପୁର ଭାୟା ଜେଣ୍ଟପଦା , ଗଦାଧରପୁର , ଧଳପୁର ରାସ୍ତା , ଯୋରନ୍ଦାଠାରୁ ବଣିଆ ଭାୟା ଦହିସରା , ତଳଗଡ଼ , ଏନ୍ଏଚ୍ ୫୫ରୁ ତରସିଂ ଭାୟା ଗୁଣ୍ଡିଚାପୁର ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା କାର୍ଯ୍ୟ ଚଳିତ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରାଯିବ । ଛଅଗାଁ ଲେବଲ କ୍ରସିଂଠାରୁ ବତୀପୁର ଭାୟା ଗୋବାରା , ଓରୀଙ୍ଗାବାଡ଼ି ରାସ୍ତା ଫେବ୍ରୁଆରୀ , ୨୦୨୪ ସୁଦ୍ଧା ଏବଂ ବାଲିଠାରୁ ବଳିପୁର ରାସ୍ତା ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ ହେବ । ସେହିପରି ନିକଟବର୍ତ୍ତୀ ଅଞ୍ଚଳରେ କ୍ରସର ୟୁନିଟ୍ ସ୍ଥାପନ ହେତୁ ବାସୁଦେବପୁର ରାସ୍ତା ଏବଂ ପିଡବ୍ଲ୍ୟୁ ରାସ୍ତାଠାରୁ ତିଗିରିଆ ବ୍ଲକ୍ ପାଚେରୀ ଭାୟା ଗୋକର୍ଣ୍ଣଖାଲ ରାସ୍ତାରେ ଭାରି ଯାନବାହନର ଚଳାଚଳ ଯୋଗୁଁ ରାସ୍ତାର ଉପରି ଭାଗର ପୁନଃ ଡିଜାଇନ୍ କାର୍ଯ୍ୟ ଚଳିତ ଜାନୁଆରୀ ୧୦ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବୈଠକରେ ପିଏମଜିଏସୱ।ଇ ସିସିଇ ଏବଂ ବିଭାଗୀୟ ଅତିରିକ୍ତ ଶାସନ ସଚିବ , ସି.ସି.ଇ ରୁରାଲ ୱାର୍କ କଟକ ସର୍କଲ , ରୁରାଲ ୱାର୍କସ କଟକ ଡିଭିଳନ – ୨ର ନିର୍ବାହୀଯନ୍ତ୍ରୀଙ୍କ ସମେତ ଅନ୍ୟ କ୍ଷେତ୍ର ଅଧିକାରୀ ଏବଂ ରାସ୍ତା ନିର୍ମାଣ ଏଜେନ୍ସିମାନେ ଯୋଗ ଦେବେ । ବୈଠକରେ ସିସିଇ , କଟକ , ଆଡବ୍ଲ୍ୟୁ ଡିଭିଜନ – ୧ର ଅଧୀକ୍ଷଣ ଡିଭିଜନ – ୨ର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଆଠଗଡ଼ ଓ ତିଗିରିଆର ଗ୍ରାମ୍ୟ ବରିଷ୍ଠ ଯନ୍ତ୍ରୀମାନେ ଯୋଗଦେଇଥିଲେ ।
ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ୨୩ ଓ୍ବିକେଟ୍ ପତନ, ଭାରତ ୩୬ ରନରେ ଆଗୁଆ
Next Articleଚିଲିକାରେ ପକ୍ଷୀ ଗଣନା ଆରମ୍ଭ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
