ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ୨୩ ଓ୍ବିକେଟ୍ ପତନ, ଭାରତ ୩୬ ରନରେ ଆଗୁଆ
କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ମୋଟ ୨୩ଟି ୱିକେଟର ପତନ ଘଟିଛି । ଟେଷ୍ଟ କ୍ରିକେଟର ୧୪୦ ବର୍ଷରୁ ଅଧିକ ଇତିହାସରେ ପ୍ରଥମ ଦିନରେ ଓ୍ବିକେଟ୍ ପତନ ଦୃଷ୍ଟିରୁ ଏହି ସଂଖ୍ୟା ଦ୍ବିତୀୟ ସର୍ବାଧିକ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପାଖରେ ବୃହତ [...]
କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ମୋଟ ୨୩ଟି ୱିକେଟର ପତନ ଘଟିଛି । ଟେଷ୍ଟ କ୍ରିକେଟର ୧୪୦ ବର୍ଷରୁ ଅଧିକ ଇତିହାସରେ ପ୍ରଥମ ଦିନରେ ଓ୍ବିକେଟ୍ ପତନ ଦୃଷ୍ଟିରୁ ଏହି ସଂଖ୍ୟା ଦ୍ବିତୀୟ ସର୍ବାଧିକ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପାଖରେ ବୃହତ ଅଗ୍ରଣୀ ହାସଲ କରି ମ୍ୟାଚକୁ ନିୟନ୍ତ୍ରଣରେ ରଖିବାକୁ ସୁଯୋଗ ଥିଲା । କିନ୍ତୁ ଭାରତ ମଧ୍ୟ ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରୋହିତ ଶର୍ମାଙ୍କ ଦଳ କେବଳ ୧୫୩ ରନରେ ଆଉଟ୍ ହୋଇଥିଲା। ଭାରତ ଏହାର ଶେଷ ୬ ଓ୍ବିକେଟ୍ ବିନା ରନରେ ହରାଇଥିଲା । ଅବଶ୍ୟ ଭାରତ ୯୮ ରନରେ ଅଗ୍ରଣୀ ହାସଲ କରିଥିଲା ।
ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦ୍ବିତୀୟ ଇନିଂସରେ ୩ ୱିକେଟ୍ ହରାଇ ୬୨ ରନ୍ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ଆହୁରି ୩୬ ରନ୍ ପଛୁଆ ରହିଥିବା ବେଳେ ହାତରେ ଅଛି ୭ ଓ୍ବିକେଟ୍ । ମ୍ୟାଚର ବର୍ତ୍ତମାନ ସ୍ଥିତିରେ ଘରୋଇ ଦଳ ଅପେକ୍ଷା ଭାରତର ପଲା ଭାରି ରହିଛି ।
ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ଓପନର୍ ଆଡେନ ମାର୍କ୍ରାମ ୩୬ ରନ୍ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ଡେଭିଡ୍ ବେଡିଙ୍ଗହମ୍ ୭ ରନରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ୍ ନେଇଛନ୍ତି। ଜସପ୍ରୀତ ବୁମରା ଗୋଟିଏ ସଫଳତା ପାଇଛନ୍ତି ।
ପୂର୍ବରୁ ମହମ୍ମଦ ସିରାଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ସହ ୧୫ ରନରେ ୬ ଓ୍ବିକେଟ୍ ନେଇଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଆଉଟ୍ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ କୌଣସି ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହା ସର୍ବନିମ୍ନ ଟେଷ୍ଟ ସ୍କୋର୍ । ଭାରତ ମଧ୍ୟ ପ୍ରଥମ ଇନିଂସରେ ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ଏକଦା ୪ ଓ୍ବିକେଟ୍ ହରାଇ ୧୫୩ ରନ୍ କରିଥିଲା । ହେଲେ ପରବର୍ତ୍ତୀ ୧୧ ବଲରେ ଆଉ ରନ୍ ଯୋଡ଼ି ନପାରି ଭାରତ ଶେଷ ୬ ଓ୍ବିକେଟ୍ ହରାଇଥିଲା। ଭାରତର ପ୍ରଥମ ଇନିଂସ୍ ୧୫୩ ରନ୍ ଓ ୯୮ ରନ୍ ଅଗ୍ରଣୀ ସହ ଶେଷ ହୋଇଥିଲା ।
ଭାରତର ୭ ଜଣ ବ୍ୟାଟର ଖାତା ଖୋଲି ପାରିନଥିଲେ । ଜଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୬ ରନ୍ କରିଥିବା ବେଳେ ରୋହିତ ଶର୍ମା ୩୯ ଏବଂ ଶୁଭମାନ ଗିଲ୍ ୩୬ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ରାବାଡା, ଏନଗିଡି ଓ ବର୍ଗର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ବସ୍ ଚାପାରେ ନାବାଳକର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ
Next Articleଆଠଗଡ଼ରେ ପିଏମଜିଏସୱ।ଇ ରାସ୍ତା ଧାର୍ଯ୍ୟ ସମୟରେ ଶେଷ ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
