ବସ୍ ଚାପାରେ ନାବାଳକର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ
ସମ୍ବଲପୁର: ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ସମ୍ବଲପୁର ସହରର କୁଞ୍ଜେଲପଡା ନିକଟରେ ଏକ ବସ୍ ଚାପାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ପ୍ରତିବାଦରେ ଉତ୍ୟକ୍ତ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ଉକ୍ତ ବସ୍ କୁ ଭଙ୍ଗାରୁଜା କରିବା ସହିତ ଲକ୍ଷ୍ମୀ ଟକିଜ ଛକରେ କଟକ, ଭୁବନେଶ୍ବରକୁ ଯାଉଥିବା ସମସ୍ତ ରାତ୍ରୀକାଳୀନ ବସକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ପ୍ରାପ୍ତ ସୂଚନା [...]
ସମ୍ବଲପୁର: ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ସମ୍ବଲପୁର ସହରର କୁଞ୍ଜେଲପଡା ନିକଟରେ ଏକ ବସ୍ ଚାପାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ପ୍ରତିବାଦରେ ଉତ୍ୟକ୍ତ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ଉକ୍ତ ବସ୍ କୁ ଭଙ୍ଗାରୁଜା କରିବା ସହିତ ଲକ୍ଷ୍ମୀ ଟକିଜ ଛକରେ କଟକ, ଭୁବନେଶ୍ବରକୁ ଯାଉଥିବା ସମସ୍ତ ରାତ୍ରୀକାଳୀନ ବସକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ପ୍ରାପ୍ତ ସୂଚନା ମତେ, ଆଜି ସନ୍ଧ୍ୟାରେ ନୀଳମାଧବ ନାମକ ଏକ ଟୁରିଷ୍ଟ ବସ ମୁଦିପଡା ଛକରୁ ସମଲେଶ୍ବରୀ ମନ୍ଦିର ପଟକୁ ଯାଉଥିଲା। ଏହି ସମୟରେ ନବମ ଶ୍ରେଣୀର ଜଣେ ଛାତ୍ର ଦିଶାନ୍ତ ନାୟକ ଏକ ସ୍କୁଟିରେ ଯାଉଥିବା ବେଳେ ବସଟି ଉକ୍ତ ଛାତ୍ରକୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଉକ୍ତ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ, ଦୁର୍ଘଟଣା ଘଟାଇ ଉକ୍ତ ବସଟି ସେଠାରୁ ଫେରାର ମାରୁଥିବା ବେଳେ ଉତ୍ୟକ୍ତ ଲୋକେ କଚେରୀ ଛକରେ ଅଟକାଇ ଭଙ୍ଗାରୁଜା କରିଥିଲେ।
ଟେକାମାଡରେ ଜଣେ ଆନ୍ଦୋଳନକାରୀ ଆହତ ବି ହୋଇଛନ୍ତି। ସେହିପରି ଟାଉନ ଥାନାରୁ ଆରମ୍ଭ କରି ଲକ୍ଷ୍ମୀ ଟକିଜ ଛକ ଯାଏ ସମସ୍ତ ଅଞ୍ଚଳରେ ଆନ୍ଦୋଳନ ବ୍ୟାପିଛି। ଏପରିକି କଟକ ଭୁବନେଶ୍ବରକୁ ଯାଉଥିବା ସମସ୍ତ ରାତ୍ରୀକାଳୀନ ବସକୁ ଅଟକ ରଖିଛନ୍ତି ଆନ୍ଦୋଳନକାରୀ। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେପଟେ, ପୁଲିସ ଉକ୍ତ ବସକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖାଯାଇଛି।
ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର
Next Articleଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ୨୩ ଓ୍ବିକେଟ୍ ପତନ, ଭାରତ ୩୬ ରନରେ ଆଗୁଆ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
