News Room Odisha
BREAKING
Odia

ପ୍ରଧାନମନ୍ତ୍ରୀଙ୍କ ହ୍ବାଟସଆପ୍ ବାର୍ତ୍ତା ନେଇ ନିର୍ବାଚନ କମିଶନ ତରଫରୁ କାର୍ଯ୍ୟାନୁଷ୍ଠାନ ଦାବିକଲେ ବିରୋଧୀ

ନୂଆଦିଲ୍ଲୀ: ହ୍ବାଟସଆପରେ ଲୋକଙ୍କୁ ପଠାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚିଠି ନେଇ ବିରୋଧୀ ଆପତ୍ତି ପ୍ରକାଶ କରିଛନ୍ତି । ସେମାନେ ଏନେଇ ନିର୍ବାଚନ କମିଶନଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ହ୍ବାଟସଆପ୍ ଚିଠିରେ ‘ବିକଶିତ ଭାରତ’ ଗଠନ ପାଇଁ ଜନସାଧାରଣଙ୍କ ଠାରୁ ସମର୍ଥନ ଲୋଡ଼ାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ହ୍ବାଟସଆପ୍ ବାର୍ତ୍ତା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତିି । ବିଦେଶରେ ରହୁଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ [...]

Admin•March 19, 2024
Share Article:

ନୂଆଦିଲ୍ଲୀ: ହ୍ବାଟସଆପରେ ଲୋକଙ୍କୁ ପଠାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚିଠି ନେଇ ବିରୋଧୀ ଆପତ୍ତି ପ୍ରକାଶ କରିଛନ୍ତି । ସେମାନେ ଏନେଇ ନିର୍ବାଚନ କମିଶନଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ହ୍ବାଟସଆପ୍ ଚିଠିରେ ‘ବିକଶିତ ଭାରତ’ ଗଠନ ପାଇଁ ଜନସାଧାରଣଙ୍କ ଠାରୁ ସମର୍ଥନ ଲୋଡ଼ାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଏହି ହ୍ବାଟସଆପ୍ ବାର୍ତ୍ତା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତିି ।

ବିଦେଶରେ ରହୁଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଚିଠି ପଠାଯାଉଛି । ଏହା ଗୋପନୀୟତାର ଉଲ୍ଲଂଘନ ବୋଲି ଅଭିଯୋଗ କରିଥିବା ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁର ‘ଏକ୍ସ’ରେ ଟ୍ୟାଗ୍ କରିଛନ୍ତିି । ଥରୁର ପ୍ରଶ୍ନ କରିଛନ୍ତି – ଶାସକ ଦଳର ରାଜନୈତିକ ସ୍ୱାର୍ଥ ପାଇଁ ସରକାରୀ କଳ ତଥା ସରକାରୀ ଡାଟାର ଏପରି ଅପବ୍ୟବହାର ପ୍ରତି ନିର୍ବାଚନ କମିଶନ ଧ୍ୟାନ ଦେବେ କି?

କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ ତାଙ୍କ ଫୋନକୁ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଚିଠି ସହିତ ହ୍ବାଟସଆପ୍ ବାର୍ତ୍ତା ‘ଏକ୍ସ’ରେ ସେୟାର କରିଛନ୍ତି।

ତିୱାରୀ କହିଛନ୍ତି, “ଏହି ଅବାଞ୍ଛିତ ହ୍ବାଟସଆପ୍ ବାର୍ତ୍ତା ଗତକାଲି ବିଳମ୍ବିତ ରାତି ୧୨.୦୯ରେ ଆସିଥିଲା। ଏହା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟରୁ ଆସିଥିବା ଜଣାପଡିଛି। ଏହା ଆଦର୍ଶ ଆଚରଣ ବିଧି ଓ ଗୋପନୀୟତା ଅଧିକାରର ଉଲ୍ଲଂଘନ ନୁହେଁ କି?”

“ମନ୍ତ୍ରଣାଳୟ ମୋ ମୋବାଇଲ୍ ନମ୍ବର କେଉଁଠୁ ପାଇଲା? ସେମାନେ କେଉଁ ଡାଟାବେସରେ ଅନଧିକୃତ ଭାବେ ପ୍ରବେଶ କରୁଛନ୍ତି ବୋଲି ଏହି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି ।

ତୃଣମୂଳ କଂଗ୍ରେସ ସାଂସଦ ସାକେତ୍ ଗୋଖଲେ ଅଭିଯୋଗ କରିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ମୋଦୀ ଓ ବିଜେପିର ପ୍ରଚାର ପାଇଁ ଏହି ‘ବିକଶିତ ଭାରତ’ ହ୍ବାଟସଆପ୍ ବାର୍ତ୍ତା କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ଲୋକଙ୍କୁ ମଧ୍ୟ ପଠାଯାଇଛି । ନିର୍ବାଚନ କମିଶନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି।

#Odia#Odisha#News
Share Article:

Related Articles