News Room Odisha
BREAKING
Odia

ସିଏଏ ବିରୋଧରେ ୨୦୦ରୁ ଊର୍ଦ୍ଧ୍ବ ପିଟିସନ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ରୋକ ଲଗାଇବାକୁ ଦାବି କରି ହୋଇଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ଶୁଣାଣି କରିବ। ସିଏଏ ଲାଗୁ ନେଇ ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ଜାରି ହୋଇଥିଲା | ଏହି ଆଇନ ଅନୁଯାୟୀ, ୨୦୧୪ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଭାରତ ଆସିଥିବା ଅଣମୁସଲିମ (ହିନ୍ଦୁ, ଶିଖ, ଜୈନ, [...]

Admin•March 19, 2024
Share Article:

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ରୋକ ଲଗାଇବାକୁ ଦାବି କରି ହୋଇଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ଶୁଣାଣି କରିବ।

ସିଏଏ ଲାଗୁ ନେଇ ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ଜାରି ହୋଇଥିଲା | ଏହି ଆଇନ ଅନୁଯାୟୀ, ୨୦୧୪ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଭାରତ ଆସିଥିବା ଅଣମୁସଲିମ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ପାର୍ସୀ) ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।

#Odia#Odisha#News
Share Article:

Related Articles