ଲୋକସଭା ନିର୍ବାଚନରେ ପରାଜୟ ଭୟରେ ବିରୋଧୀ ନେତାଙ୍କୁ ହଇରାଣ କରୁଛି ବିଜେପି, କେଜ୍ରିୱାଲଙ୍କ ଗିରଫକୁ ନେଇ ପ୍ରତିକ୍ରିୟା
ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ‘ଇଣ୍ଡିଆ’ ମେଣ୍ଟ ସହ ଜଡ଼ିତ ନେତାମାନେ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିକୁ ପରାଜୟ ଭୟ ଘାରୁଛି । ତେଣୁ ନର୍ଭସ ବିଜେପି ବିରୋଧୀ ଦଳଙ୍କୁ ହଇରାଣ କରୁଛି ବୋଲି ‘ଇଣ୍ଡିଆ’ ନେତା ଅଭିଯୋଗ କରିଛନ୍ତି । କେଜ୍ରିୱାଲଙ୍କ ଗିରଫକୁ ନିନ୍ଦା କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି ଅହଂକାର ବଢ଼ିଯାଇଛି । ଦଳ ଏବେ ପ୍ରତି ଦିନ ଲୋକସଭା ନିର୍ବାଚନରେ ନିଜ [...]
ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ‘ଇଣ୍ଡିଆ’ ମେଣ୍ଟ ସହ ଜଡ଼ିତ ନେତାମାନେ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିକୁ ପରାଜୟ ଭୟ ଘାରୁଛି । ତେଣୁ ନର୍ଭସ ବିଜେପି ବିରୋଧୀ ଦଳଙ୍କୁ ହଇରାଣ କରୁଛି ବୋଲି ‘ଇଣ୍ଡିଆ’ ନେତା ଅଭିଯୋଗ କରିଛନ୍ତି ।
କେଜ୍ରିୱାଲଙ୍କ ଗିରଫକୁ ନିନ୍ଦା କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି ଅହଂକାର ବଢ଼ିଯାଇଛି । ଦଳ ଏବେ ପ୍ରତି ଦିନ ଲୋକସଭା ନିର୍ବାଚନରେ ନିଜ ବିଜୟ ନେଇ ଫମ୍ପା ଦାବି କରୁଛି। ନିର୍ବାଚନ ପୂର୍ବରୁ ବିଜେପି ବେଆଇନ ଉପାୟରେ ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଡରି ଯାଇଥିବା ‘ଏକଛତ୍ରବାଦୀ’ ଏକ ମୃତ ଗଣତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି। ଇଣ୍ଡିଆ ମେଣ୍ଟ ଏହାକୁ ଉଚିତ୍ ଜବାବ ଦେବ।”
ଏନସିପି ନେତା ଶରଦ ପାୱାର କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ଗିରଫରୁ ସ୍ପଷ୍ଟ ଯେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ର ସରକାର ବିରୋଧୀ ଦଳ ନେତାଙ୍କଠାରୁ ପ୍ରତିଶୋଧ ନେବାକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛନ୍ତି। ବିଜେପି କ୍ଷମତା ପାଇଁ କେତେ ତଳ ସ୍ତରକୁ ଯାଇପାରିବ ତାହା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫରୁ ସ୍ପଷ୍ଟ। ଏହା ବିରୋଧରେ ଇଣ୍ଡିଆ ମେଣ୍ଟ ଏକଜୁଟ ଅଛି ।
କେଜ୍ରିୱାଲଙ୍କ ଗିରଫର ଟାଇମିଂ ନେଇ ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ତାଙ୍କୁ କିପରି ଗିରଫ କରାଯାଇଛି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତିି। ସେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରତ୍ୟେକ ବିରୋଧୀ ଦଳର ନେତା ହଇରାଣ କରାଯାଉଛି ଓଓ୍ବେସି।
ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଛନ୍ତି। ତେଣୁ ନର୍ଭସ ହୋଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି, ଗତ ଦୁଇ ମାସ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଇଣ୍ଡିଆ ମେଣ୍ଟର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଗିରଫ କରିଛି ଇଡି।
ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ମଧ୍ୟ ବିଜେପି ଲୋକସଭା ନିର୍ବାଚନରେ ସମ୍ଭାବ୍ୟ ପରାଜୟ ନେଇ ନର୍ଭସ ହୋଇଯାଇଥିବା କହିଛନ୍ତି ।
କେଜ୍ରିୱାଲଙ୍କ ଗିରଫଦାରୀକୁ ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିରୋଧ କରିଛନ୍ତି। ଅଖିଳେଶ ଯାଦବ କହିଛନ୍ତି, କେଜ୍ରିୱାଲଙ୍କ ଗିରଫ ଲୋକଙ୍କ ଏକ ନୂଆ ବିପ୍ଳବ ଆଣିବ। ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ରାଜନୈତିକ ପ୍ରତିଶୋଧ ପାଇଁ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ଏହା ଦେଶରେ ବଢୁଥିବା ସ୍ବେଚ୍ଛାଚାରୀ ଶାସନର ସଙ୍କେତ ।
ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ
Next Articleଶଙ୍ଖ ଭବନରେ ଦାମୋଦର ରାଉତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
