News Room Odisha
BREAKING
Odia

କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଜନସ୍ବାର୍ଥ ମାମଲା ଖାରଜ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ଦାଖଲ ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ଭାରପ୍ରାପ୍ତ ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ମାମଲାର ଯଥାର୍ଥତା ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି । ଏହି ବିଷୟ ନ୍ୟାୟିକ ହସ୍ତକ୍ଷେପ ବାହାରେ ବୋଲି କହିଛନ୍ତି କୋର୍ଟ। କୋର୍ଟ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ [...]

Admin•March 28, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରି ଦାଖଲ ଏକ ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି।

ଭାରପ୍ରାପ୍ତ ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ମାମଲାର ଯଥାର୍ଥତା ଉପରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି । ଏହି ବିଷୟ ନ୍ୟାୟିକ ହସ୍ତକ୍ଷେପ ବାହାରେ ବୋଲି କହିଛନ୍ତି କୋର୍ଟ।

କୋର୍ଟ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ କି ନାହିଁ ତାହା ଆଇନ ମୁତାବକ ସରକାରଙ୍କ ଦ୍ୱାରା ଅଧ୍ୟୟନ କରାଯିବା ଆବଶ୍ୟକ। କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବ ପଦ ବଜାୟ ରଖିଲେ କ’ଣ ଆଇନଗତ ପ୍ରତିବନ୍ଧକ ରହିଛି ବୋଲି ଆବେଦନକାରୀ ସୁରଜିତ ସିଂ ଯାଦବଙ୍କୁ ପଚାରିଥିଲେ ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ, ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । କେଜ୍ରିୱାଲ ଇଡି ହାଜତ ମିଆଦ ଆଜି ଶେଷ ହେଉଛି । ଗିରଫ ପରେ ମଧ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାଁନ୍ତି ।

#Odia#Odisha#News
Share Article:

Related Articles