News Room Odisha
BREAKING
Odia

‘ନ୍ୟାୟପାଳିକା ଉପରେ ଚାପ ପକାଉଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ’, ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କଲେ ୬୦୦ରୁ ଅଧିକ ଓକିଲ

ନୂଆଦିଲ୍ଲୀ: ନ୍ୟାୟପାଳିକାକୁ ବଦନାମ୍ କରିବା ପାଇଁ ଉଦ୍ୟମ ନେଇ ଚିନ୍ତା ପ୍ରକଟ କରି ଦେଶର ୬୦୦ରୁ ଊର୍ଦ୍ଧ୍ବ ଓକିଲ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି । ନ୍ୟାୟପାଳିକା ଉପରେ ଏକ “ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ’ ଚାପ ପକାଉଛି ଓ ଏହାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛି ବୋଲି ସେମାନେ ଏହି ଚିଠିରେ ଦାବି କରିଛନ୍ତି । ଏହି ଚିଠିରେ ଦସ୍ତଖତ ଥିବା ଓକିଲ ମାନଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ରା, [...]

Admin•March 28, 2024
Share Article:

ନୂଆଦିଲ୍ଲୀ: ନ୍ୟାୟପାଳିକାକୁ ବଦନାମ୍ କରିବା ପାଇଁ ଉଦ୍ୟମ ନେଇ ଚିନ୍ତା ପ୍ରକଟ କରି ଦେଶର ୬୦୦ରୁ ଊର୍ଦ୍ଧ୍ବ ଓକିଲ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି । ନ୍ୟାୟପାଳିକା ଉପରେ ଏକ “ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ’ ଚାପ ପକାଉଛି ଓ ଏହାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛି ବୋଲି ସେମାନେ ଏହି ଚିଠିରେ ଦାବି କରିଛନ୍ତି ।

ଏହି ଚିଠିରେ ଦସ୍ତଖତ ଥିବା ଓକିଲ ମାନଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ରା, ଆଦିଶ ଅଗ୍ରୱାଲ, ଚେତନ ମିତ୍ତଲ, ପିଙ୍କି ଆନନ୍ଦ, ହିତେଶ ଜୈନ, ଉଜ୍ଜ୍ବଳା ପାୱାର, ଉଦୟ ହୋଲା, ସ୍ବରୂପମା ଚତୁର୍ବେଦୀ ଭଳି ବଡ଼ ନାମ ସାମିଲ ।

ଓକିଲମାନେ ଏହି ଚିଠିରେ ଅଭିଯୋଗ କରିଛନ୍ତି ଯେ ଦେଶର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟାଳୟ ଉପରେ ଚାପ ପକାଇବାକୁ ଚାହୁଁଛି ଓ ଏହାର ସ୍ବାଧୀନତା ହ୍ରାସ କରିବାକୁ ଚେଷ୍ଟା କରୁଛି। ବିଶେଷକରି ରାଜନୈତିକ ବ୍ୟକ୍ତି ଏବଂ ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକରେ ଏହି ଗୋଷ୍ଠୀ ଅଦାଲତ ରାୟକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି।ସେମାନେ ନ୍ୟାୟପାଳିକାରେ ଲୋକଙ୍କ ଭରସା ହ୍ରାସ କରିବାକୁ ଚାହୁଁଛନ୍ତି।

ଗଣତନ୍ତ୍ରର ଏକ ପ୍ରମୁଖ ସ୍ତମ୍ଭ ଭାବେ ଏହା ଯେପରି ସ୍ୱତନ୍ତ୍ରତା ବଜାୟ ରଖିବ ତାହା ସୁନିଶ୍ଚିତ କରିବାକୁ ବର୍ତ୍ତମାନ ନ୍ୟାୟପାଳିକା ସହ ଛିଡ଼ା ହେବାର ଆବଶ୍ୟକତା ରହିଛି ବୋଲି ଚିଠିରେ କୁହାଯାଇଛି ।

#Odia#Odisha#News
Share Article:

Related Articles