News Room Odisha
BREAKING
Odia

କେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା ନେଇ ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସ୍ବାତି ମାଲିୱାଲ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ମାରପିଟ୍ ଅଭିଯୋଗ ନେଇ ଗୁରୁବାର ଦିଲ୍ଲୀ ପୋଲିସ ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲଙ୍କ ବୟାନ ରେକର୍ଡ କରିଛି । କେଜ୍ରିୱାଲଙ୍କ ବାସଭବନରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତଥ୍ୟ ସଂଗ୍ରହ ପାଇଁ ଅତିରିକ୍ତ ପୋଲିସ କମିଶନର ପିଏସ୍ କୁଶୱାଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଦୁଇ [...]

Admin•May 16, 2024
Share Article:

ନୂଆଦିଲ୍ଲୀ: ସ୍ବାତି ମାଲିୱାଲ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ମାରପିଟ୍ ଅଭିଯୋଗ ନେଇ ଗୁରୁବାର ଦିଲ୍ଲୀ ପୋଲିସ ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲଙ୍କ ବୟାନ ରେକର୍ଡ କରିଛି ।

କେଜ୍ରିୱାଲଙ୍କ ବାସଭବନରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତଥ୍ୟ ସଂଗ୍ରହ ପାଇଁ ଅତିରିକ୍ତ ପୋଲିସ କମିଶନର ପିଏସ୍ କୁଶୱାଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଦୁଇ ଜଣିଆ ଟିମ୍ ଆଜି ମାଲିଓ୍ବାଲଙ୍କ ଘରକୁ ଯାଇ ତାଙ୍କ ବୟାନ ରେକର୍ଡ କରିଥିଲେ। ଏହି ଟିମ୍ ସେଠାରେ ଚାରି ଘଣ୍ଟାରୁ ଅଧିକ ସମୟ ରହିଥିଲା । ଦିଲ୍ଲୀ ପୋଲିସ ଏହି ଘଟଣାରେ ଏବେ ଏଫ୍ଆଇଆର୍ ରୁଜୁ କରିବା ସମ୍ଭାବନା ରହିଛି ।

ମେ ୧୩ରେ ମାଲିୱାଲ ସିଭିଲ ଲାଇନ୍ସ ପୋଲିସ ଥାନାକୁ ଯାଇ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆକ୍ରମଣ କରିଥିଲେ ବୋଲି ଆରୋପ ଲଗାଇଥିଲେ। ତେବେ ସେ ଏନେଇ ଔପଚାରିକ ଅଭିଯୋଗ କରିନଥିଲେ ।

ଅନ୍ୟପକ୍ଷରେ ମାଲିୱାଲଙ୍କୁ ମାରପିଟ୍ ଅଭିଯୋଗ ନେଇ ଜାତୀୟ ମହିଳା କମିଶନ କେଜ୍ରିୱାଲଙ୍କ ସହଯୋଗୀ ବିବଭ କୁମାରଙ୍କୁ ସମନ ଜାରି କରି କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ତାଙ୍କୁ ହାଜର ହେବାକୁ କୁହାଯାଇଛି।

ମେ ୧୪ରେ ବରିଷ୍ଠ ଆପ୍ ନେତା ସଞ୍ଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ମାନିଥିଲେ ଯେ ମାଲିୱାଲଙ୍କୁ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ଦୁର୍ବ୍ୟବହାର କରିଛନ୍ତିି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । କେଜ୍ରିୱାଲ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଞ୍ଜୟ ସିଂହ କହିଥିଲେ । ତେବେ ଏହି ଘଟଣା ନେଇ କେଜ୍ରିୱାଲ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି। ବିଜେପି ଏହି ମାମଲାରେ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଜେରଦାର କରିଛି । ଏହି ଘଟଣାର ସଠିକ୍ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେପି।

#Odia#Odisha#News
Share Article:

Related Articles