କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ବ୍ୟତିକ୍ରମ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ। ତେବେ କୋର୍ଟ ରାୟର ‘ସମାଲୋଚନା ମୂଳକ ସମୀକ୍ଷା’ ସ୍ୱାଗତଯୋଗ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିି। କେଜ୍ରିୱାଲଙ୍କୁ ଜାମିନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଓକିଲ ଉଲ୍ଲେଖ କରିବା ପରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତିି। ଗତକାଲି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ବେଳେ ଅମିତ [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ। ତେବେ କୋର୍ଟ ରାୟର ‘ସମାଲୋଚନା ମୂଳକ ସମୀକ୍ଷା’ ସ୍ୱାଗତଯୋଗ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିି। କେଜ୍ରିୱାଲଙ୍କୁ ଜାମିନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଓକିଲ ଉଲ୍ଲେଖ କରିବା ପରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତିି।
ଗତକାଲି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ବେଳେ ଅମିତ ଶାହ କହିଥିଲେ ଯେ, କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସୁପ୍ରିମକୋର୍ଟଙ୍କ ନିୟମିତ ରାୟ ନୁହେଁ। ଦେଶର ଅନେକ ଲୋକ କହୁଛନ୍ତି ଯେ କେଜ୍ରିୱାଲଙ୍କୁ ‘ସ୍ପେଶାଲ ଟ୍ରିଟମେଣ୍ଟ’ ଦିଆଯାଇଛି।”
ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ନେଇ ଦିଆଯାଇଥିବା କିଛି ବୟାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ଦାବିକୁ ବିଚାର କରିବାକୁ ମନା କରି ଦେଇଛନ୍ତି।
ଖଣ୍ଡପୀଠ କହିଛନ୍ତି, “ଆମେ କାହା ପାଇଁ ବ୍ୟତିକ୍ରମ ଭାବେ କିଛି କରିନାହୁଁ। ଆମକୁ ଯାହା ନ୍ୟାୟୋଚିତ ମନେ ହେଲା ତାହା ଆମେ ନିଜ ଆଦେଶରେ କହିଛୁ। ”
ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିର୍ବାଚନ ରାଲିରେ କେଜ୍ରିୱାଲକ ଭାଷଣକୁ ବିରୋଧ କରିଥିଲେ । ନିକଟରେ ଏକ ରୋଡ ସୋ’ ବେଳେ କେଜ୍ରିୱାଲ ଲୋକଙ୍କୁ କହିଥିଲେ ଯେ, “ଆପଣ ଯଦି ଆମ୍ ଆଦମୀ ପାର୍ଟିକୁ ବାଛନ୍ତି, ତେବେ ମୋତେ ଆଉ ଜୁନ୍ ୨ରେ ଜେଲକୁ ଫେରିବାକୁ ପଡ଼ିବ ନାହିଁ।”
ଏନେଇ କୋର୍ଟ ମେହେଟ୍ଟାଙ୍କୁ କହିଛନ୍ତି, ଏହା ତାଙ୍କର ବିଶ୍ୱାସ। ଆମେ କିଛି କହି ପାରିବୁ ନାହିଁ। ”
କେଜ୍ରିୱାଲଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଶୁଣାଣି ବେଳେ ଅମିତ ଶାହଙ୍କ ନାଁ ନ ନେଇ ତାଙ୍କ ବୟାନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ମୁଖ୍ୟ ଆବେଦନର ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଏହି ମାମଲାରେ କେଜ୍ରିୱାଲଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜୁନ୍ ୨ରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ କହିଛନ୍ତି।
ଏହି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା।
ଲୋକସଭା ନିର୍ବାଚନର ପ୍ରଥମ ଚାରି ପର୍ଯ୍ୟାୟରେ ୬୭ ପ୍ରତିଶତ ମତଦାନ
Next Articleକେଜ୍ରିୱାଲଙ୍କ ବାସଭବନରେ ମାରପିଟ୍ ଘଟଣା ନେଇ ସ୍ବାତି ମାଲିୱାଲଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
