ବର୍ଷର ଶ୍ରେଷ୍ଠ ଆଇସିସି ଦିନିକିଆ ଦଳର ଅଧିନାୟକ ହେଲେ ରୋହିତ, ଭାରତୀୟ ଖେଳାଳିଙ୍କ ଦବଦବା
ଦୁବାଇ: ଆଇସିସି ମଙ୍ଗଳବାର ବର୍ଷର ଶ୍ରେଷ୍ଠ ଦିନିକିଆ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି । ଏହାଛଡ଼ା ଆଇସିସିର ଦିନିକିଆ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ପେସ୍ ଯୋଡ଼ି ସାମି ଓ ସିରାଜଙ୍କ ସହ ଭାରତର ସର୍ବାଧିକ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଏହି ଦଳରେ ସାମିଲ ଅଧିକାଂଶ ଖେଳାଳି ଭାରତ (ରନର୍ସ ଅପ୍) ଏବଂ ଅଷ୍ଟ୍ରେଲିଆ [...]
ଦୁବାଇ: ଆଇସିସି ମଙ୍ଗଳବାର ବର୍ଷର ଶ୍ରେଷ୍ଠ ଦିନିକିଆ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି । ଏହାଛଡ଼ା ଆଇସିସିର ଦିନିକିଆ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ପେସ୍ ଯୋଡ଼ି ସାମି ଓ ସିରାଜଙ୍କ ସହ ଭାରତର ସର୍ବାଧିକ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି।
ଆଇସିସି ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଏହି ଦଳରେ ସାମିଲ ଅଧିକାଂଶ ଖେଳାଳି ଭାରତ (ରନର୍ସ ଅପ୍) ଏବଂ ଅଷ୍ଟ୍ରେଲିଆ (ବିଜେତା) ବ୍ୟତୀତ ବିଶ୍ବକପ୍ ସେମିଫାଇନାଲିଷ୍ଟ ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ।
ଏହି ଦଳରେ ରୋହିତ ଓ ଶୁଭମାନ ଗିଲଙ୍କୁ ଇନିଂସ ଓପନ୍ କରିବାକୁ ସୁଯୋଗ ଦିଆଯାଇଛି। ଭାରତୀୟ ଅଧିନାୟକ ଗତ ବର୍ଷ ଦିନିକିଆ ଫର୍ମାଟରେ ହାରାହାରି ୫୨ ଆଭରେଜରେ ୧୨୫୫ ରନ୍ ସଂଗ୍ରହ କରିଥିଲେ। ଗିଲ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୮ ରନର ଏକ ଇନିଂସ ସହ ଏହି ଫର୍ମାଟରେ ୧୫୮୪ ରନ୍ କରିଥିଲେ ।
ଭାରତ ବିପକ୍ଷ ବିଶ୍ୱକପ୍ ଫାଇନାଲରେ ୧୩୭ ରନ୍ ଇନିଂସ କରିଥିବା ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ବ୍ୟାଟିଂ କ୍ରମର ତୃତୀୟ ସ୍ଥାନରେ ଅଛନ୍ତି । ମଧ୍ୟକ୍ରମରେ କୋହଲି, ନ୍ୟୁଜିଲ୍ୟାଣ୍ଡର ଡାରିଲ୍ ମିଚେଲ ଓ ଦକ୍ଷିଣ ଆଫ୍ରିକାର ହେନ୍ରିଚ୍ କ୍ଲାସେନ୍ ଏବଂ ମାର୍କୋ ୟାନସେନ୍ ଅଛନ୍ତି।
କୋହଲି ଗତବର୍ଷ ୧୩୩୭ ରନ୍ ସହ ଦିନିକିଆ ଫର୍ମାଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ | ସେ ଗତ ବର୍ଷ ୬ଟି ଶତକ ହାସଲ କରିଥିଲେ। ସେ ଦିନିକିଆ ଫର୍ମାଟରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକର ରେକର୍ଡ ଭାଙ୍ଗି ବିଶ୍ୱକପ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ତିନି ଭାରତୀୟ ସିରାଜ, ସାମି ଏବଂ କୁଲଦୀପ ଯାଦବଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ବୋଲିଂ ଆକ୍ରମଣରେ ସ୍ଥାନ ପାଇଛନ୍ତି ।
ଜାମ୍ପା କ୍ରମାଗତ ତିନିଟି ବିଶ୍ୱକପ ମ୍ୟାଚ୍ରେ ୨୬.୩୧ ହାରାହାରି ସହ ୩୮ ୱିକେଟ୍ ନେଇଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।
ଗତ ବର୍ଷ ସିରାଜ ୪୪ ୱିକେଟ୍ ନେଇଥିବା ବେଳେ କୁଲଦୀପ ୪୯ ୱିକେଟ୍ ହାସଲ କରିଥିଲେ ।
ଅନ୍ୟପକ୍ଷରେ ସାମି ଚାରିଥର ପାଞ୍ଚରୁ ଊର୍ଦ୍ଧ୍ବ ୱିକେଟ୍ ନେଇ ଗତବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୫୭ ରନରେ ସର୍ବାଧିକ ୭ ୱିକେଟ୍ ନେଇଥିଲା।
ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସଙ୍କୁ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଆଇସିସି ଟେଷ୍ଟ ଦଳରେ ଭାରତର କେବଳ ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନଙ୍କୁ ସାମିଲ କରାଯାଇଛି।
ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ
Next ArticleACME Group Partners with IHI Corp to Set up Green Ammonia Plant at Gopalpur with Rs 60,000 Cr Investment
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
