News Room Odisha
BREAKING
Odia

୪୮ ଘଣ୍ଟା ମଧ୍ୟରେ ମତଦାନ ହାର ତଥ୍ୟ ଜାରି କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରତି ପର୍ଯ୍ୟାୟ ନିର୍ବାଚନର ୪୮ ଘଣ୍ଟା ମଧ୍ୟରେ ବୁଥଓ୍ବାରି ମତଦାନ ହାର ତଥ୍ୟ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଏନଜିଓ ତରଫରୁ ଆବେଦନ ହୋଇଛି। ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ଖଣ୍ଡପୀଠ ଆଜି ସନ୍ଧ୍ୟା ୬:୩୦ରେ ଆସୋସିଏସନ ଫର [...]

Admin•May 17, 2024
Share Article:

ନୂଆଦିଲ୍ଲୀ: ପ୍ରତି ପର୍ଯ୍ୟାୟ ନିର୍ବାଚନର ୪୮ ଘଣ୍ଟା ମଧ୍ୟରେ ବୁଥଓ୍ବାରି ମତଦାନ ହାର ତଥ୍ୟ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଏନଜିଓ ତରଫରୁ ଆବେଦନ ହୋଇଛି। ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ଖଣ୍ଡପୀଠ ଆଜି ସନ୍ଧ୍ୟା ୬:୩୦ରେ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ନାମକ ଏନଜିଓ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରିଥିଲେ।

ପ୍ରଧାନ ବିଚାରପତି କହିଛନ୍ତିି, ଜବାବ ଦାଖଲ କରିବା ପାଇଁ କିଛି ସମୟ ଦେବାକୁ ନିର୍ବାଚନ କମିଶନଙ୍କ ଅନୁରୋଧ ଯଥାର୍ଥ। କମିଶନଙ୍କୁ ସମୟ ଦିଆଯିବା ଉଚିତ । ୭ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟର ଦିନକ ପୂର୍ବରୁ ଅର୍ଥାତ୍ ମେ ୨୪ରେ ଗ୍ରୀଷ୍ମ ଛୁଟି ସମୟରେ ଏକ ଉପଯୁକ୍ତ ଖଣ୍ଡପୀଠ ଦ୍ବାରା ଏହାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ।

ଏହାପୂର୍ବରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଆବେଦନକାରୀ ଏନଜିଓ ପକ୍ଷରୁ ଏହି ମାମଲା ଉଲ୍ଲେଖ କରିଥିଲେ ଏବଂ ଏହାର ତୁରନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ।

ଗତ ସପ୍ତାହରେ ଏଡିଆର୍ ଏହାର ୨୦୧୯ ଜନସ୍ବାର୍ଥ ମାମଲାରେ ଏକ ଅନ୍ତରୀଣ ଆବେଦନ କରିଥିଲା ଯେଉଁଥିରେ ସମସ୍ତ ମତଦାନ କେନ୍ଦ୍ରର ଫର୍ମ ୧୭ସି ପ୍ରଥମ ଭାଗ- (ରେକର୍ଡ ହୋଇଥିବା ଭୋଟ୍) ର ପଠନଯୋଗ୍ୟ ସ୍କାନ କପି ମତଦାନ ଶେଷ ହେବା ପରେ ତୁରନ୍ତ ଅପଲୋଡ୍ କରିବାକୁ ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଥିଲା।

#Odia#Odisha#News
Share Article:

Related Articles