News Room Odisha
BREAKING
Odia

ରାଜଦ୍ରୋହ ମାମଲାରେ ସାଢ଼େ ୪ ବର୍ଷ ପରେ ଶର୍ଜିଲ ଇମାମଙ୍କୁ ଜାମିନ

ନୂଆଦିଲ୍ଲୀ: ୨୦୨୦ ମସିହାର ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ରାଜଦ୍ରୋହ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶର୍ଜିଲ ଇମାମଙ୍କୁ ଜାମିନ ଦେଇଛନ୍ତି। ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ ଶର୍ଜିଲଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ଗିରଫର ପ୍ରାୟ ସାଢ଼େ ୪ ବର୍ଷ ପରେ ଶର୍ଜିଲ ଇମାମଙ୍କୁ ଜାମିନ ମିଳିଛି। ଏହି ମାମଲାରେ ସେ ବୈଧାନିକ ଜାମିନ ଆବେଦନ କରିଥିଲେ । ଶର୍ଜିଲ ଯୁକ୍ତି କରିଥିଲେ ଯେ ୭ ବର୍ଷର ସର୍ବାଧିକ ଜେଲଦଣ୍ଡରୁ ସେ ୪ ବର୍ଷ କାଟି [...]

Admin•May 29, 2024
Share Article:

ନୂଆଦିଲ୍ଲୀ: ୨୦୨୦ ମସିହାର ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ରାଜଦ୍ରୋହ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶର୍ଜିଲ ଇମାମଙ୍କୁ ଜାମିନ ଦେଇଛନ୍ତି। ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ ଶର୍ଜିଲଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ଗିରଫର ପ୍ରାୟ ସାଢ଼େ ୪ ବର୍ଷ ପରେ ଶର୍ଜିଲ ଇମାମଙ୍କୁ ଜାମିନ ମିଳିଛି। ଏହି ମାମଲାରେ ସେ ବୈଧାନିକ ଜାମିନ ଆବେଦନ କରିଥିଲେ । ଶର୍ଜିଲ ଯୁକ୍ତି କରିଥିଲେ ଯେ ୭ ବର୍ଷର ସର୍ବାଧିକ ଜେଲଦଣ୍ଡରୁ ସେ ୪ ବର୍ଷ କାଟି ସାରିଲେଣି।

ଫେବୃଆରୀରେ ଦିଲ୍ଲୀର କଡକଡଡୁମା କୋର୍ଟ ଶର୍ଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ଜାନୁଆରୀ ୨୦୨୦ରେ ଉତ୍ତର ପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଏବଂ ଦିଲ୍ଲୀର ଜାମିଆ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଅଭିଯୋଗରେ ଶର୍ଜିଲ ଇମାମଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ
ରାଜଦ୍ରୋହ ମାମଲା ରୁଜୁ କରିଥିଲେ। ଶର୍ଜିଲ ଇମାମଙ୍କ ବିରୋଧରେ ୟୁଏପିଏର ଧାରା ୧୩ ଅନୁଯାୟୀ ମଧ୍ୟ ମାମଲା ଦାୟର ହୋଇଥିଲା। ଜେଏନୟୁର ପ୍ରାକ୍ତନ ଛାତ୍ର ତଥା ଶାହିନ୍ ବାଗ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ଶର୍ଜିଲ ଇମାମଙ୍କୁ ବିହାରର ଜେହାନାବାଦରୁ ୨୦୨୦ରେ ଗିରଫ କରାଯାଇଥିଲା।

#Odia#Odisha#News
Share Article:

Related Articles