News Room Odisha
BREAKING
Odia

କେଜ୍ରିୱାଲଙ୍କୁ ଝଟକା, ଜାମିନ ମିଆଦ ବୃଦ୍ଧି ଆବେଦନ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ୭ ଦିନ ବଢ଼ାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ମନା କରି ଦେଇଛି। ରେଜିଷ୍ଟ୍ରି କହିଛି ଯେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ତେଣୁ ତାଙ୍କର ଏହି ଆବେଦନ ଗ୍ରହଣଯୋଗ୍ୟ ନୁହେଁ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ମେ ୨୬ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ସେ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ [...]

Admin•May 29, 2024
Share Article:

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ୭ ଦିନ ବଢ଼ାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ମନା କରି ଦେଇଛି। ରେଜିଷ୍ଟ୍ରି କହିଛି ଯେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ତେଣୁ ତାଙ୍କର ଏହି ଆବେଦନ ଗ୍ରହଣଯୋଗ୍ୟ ନୁହେଁ।

ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ମେ ୨୬ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ସେ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ ୭ ଦିନ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ତାଙ୍କର କିଛି ଡ଼ାକ୍ତରୀ ପରୀକ୍ଷା ହେବାର ଅଛି । ତେଣୁ ଜୁନ୍ ୨ ପରିବର୍ତ୍ତେ ଜୁନ୍ ୯ରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ଅନୁମତି ଦିଆଯାଉ।

ସୁପ୍ରିମକୋର୍ଟ ନିର୍ବାଚନ ପ୍ରଚାର ପାଇଁ ମେ ୧୦ରେ ଆପର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଥିଲେ। ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ ତାଙ୍କୁ କହିଥିଲେ କୋର୍ଟ।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। କେନ୍ଦ୍ରୀୟ ଏଜେନ୍ସିର ଚାର୍ଜସିଟ୍ ଅନୁଯାୟୀ କେଜ୍ରିୱାଲ ହେଉଛନ୍ତି ଏହି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ।

#Odia#Odisha#News
Share Article:

Related Articles