News Room Odisha
BREAKING
Odia

ଝେଲମ୍ ନଦୀରେ ଡଙ୍ଗା ବୁଡ଼ି ଦୁଇ ସ୍କୁଲ ପିଲାଙ୍କ ସହ ୬ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଶ୍ରୀନଗରର ଝେଲମ୍ ନଦୀରେ ଏକ ଡଙ୍ଗା ବୁଡ଼ି ଦୁଇ ସ୍କୁଲ ପିଲାଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀନଗର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଡଙ୍ଗାରେ ୧୬ ଜଣ ଲୋକ ଥିଲେ ।‌ ସେମାନଙ୍କ ମଧ୍ୟରେ ୭ ଜଣ ସ୍କୁଲ ପିଲା ଓ ୮ ଜଣ ଲୋକ ଥିଲେ। ଏପର୍ଯ୍ୟନ୍ତ ନଦୀରୁ ୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୩ ଜଣ ନିଖୋଜ ଅଛନ୍ତି। ଜିଲ୍ଲାପାଳ କହିଛନ୍ତି, ଆଜି ସକାଳ ୭:୪୫ ରୁ ୮ଟା ମଧ୍ୟରେ [...]

Admin•April 16, 2024
Share Article:

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଶ୍ରୀନଗରର ଝେଲମ୍ ନଦୀରେ ଏକ ଡଙ୍ଗା ବୁଡ଼ି ଦୁଇ ସ୍କୁଲ ପିଲାଙ୍କ ସହ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରୀନଗର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଡଙ୍ଗାରେ ୧୬ ଜଣ ଲୋକ ଥିଲେ ।‌ ସେମାନଙ୍କ ମଧ୍ୟରେ ୭ ଜଣ ସ୍କୁଲ ପିଲା ଓ ୮ ଜଣ ଲୋକ ଥିଲେ। ଏପର୍ଯ୍ୟନ୍ତ ନଦୀରୁ ୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୩ ଜଣ ନିଖୋଜ ଅଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଆଜି ସକାଳ ୭:୪୫ ରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। କିଛି ସ୍କୁଲ ପିଲାମାନଙ୍କୁ ନେଇ ଡଙ୍ଗାଟି ଗନ୍ଦବଲରୁ ଶ୍ରୀନଗରର ବାଟୱାରାକୁ ଯାଉଥିଲା ।

ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଥିଲା। ତେବେ ରାତିରେ ବର୍ଷା ବନ୍ଦ ହେବା ପରେ ଜଳ ସ୍ତର ସାମାନ୍ୟ କମିଯାଇଥିଲା। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ସହ ପୋଲିସ ଏବଂ ସେନା ଉଦ୍ଧାର କାର୍ଯ୍ୟ ସହ ତଲାସି ଜାରି ରଖିଛନ୍ତି ।

#Odia#Odisha#News
Share Article:

Related Articles