ଭାରତରେ ସେବା ବନ୍ଦ କରିବାକୁ ହ୍ବାଟସଆପର ଚେତାବନୀ
ନୂଆଦିଲ୍ଲୀ: ଭାରତରେ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ହ୍ବାଟସଆପ୍। ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ଆବେଦନର ଶୁଣାଣି ବେଳେ ହ୍ବାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ନୂଆ ଆଇଟି ନିୟମ ଅଧୀନରେ ଆମକୁ ମେସେଜ୍ ଗୁଡ଼ିକର ଏନକ୍ରିପସନ୍ କୋହଳ କରିବାକୁ ବାଧ୍ୟ କରାଯାଏ, ତେବେ ଆମେ ଭାରତରେ ସେବା ବନ୍ଦ କରିବୁ। ଏନକ୍ରିପସନ୍ କୋହଳ ହେଲେ ଏହାର ଗ୍ରାହକଙ୍କ ଗୋପନୀୟତା ଉଲ୍ଲଂଘନ ହେବ ବୋଲି ହ୍ବାଟସଆପ ପକ୍ଷରୁ ଯୁକ୍ତି କରାଯାଇଛି। ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ନୀତି [...]
ନୂଆଦିଲ୍ଲୀ: ଭାରତରେ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ହ୍ବାଟସଆପ୍। ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ଆବେଦନର ଶୁଣାଣି ବେଳେ ହ୍ବାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ନୂଆ ଆଇଟି ନିୟମ ଅଧୀନରେ ଆମକୁ ମେସେଜ୍ ଗୁଡ଼ିକର ଏନକ୍ରିପସନ୍ କୋହଳ କରିବାକୁ ବାଧ୍ୟ କରାଯାଏ, ତେବେ ଆମେ ଭାରତରେ ସେବା ବନ୍ଦ କରିବୁ। ଏନକ୍ରିପସନ୍ କୋହଳ ହେଲେ ଏହାର ଗ୍ରାହକଙ୍କ ଗୋପନୀୟତା ଉଲ୍ଲଂଘନ ହେବ ବୋଲି ହ୍ବାଟସଆପ ପକ୍ଷରୁ ଯୁକ୍ତି କରାଯାଇଛି।
ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ନୀତି ଦ୍ବାରା ହ୍ବାଟସଆପ୍ ଏହାର ୟୁଜର ତଥା ଗ୍ରାହକଙ୍କ ଗୋପନୀୟତାର ସୁରକ୍ଷା ସୁନିଶ୍ଚିତ କରୁଛି। ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ଏଭଳି ଏକ ପଦ୍ଧତି ଯାହା ଦ୍ବାରା ମେସେଜରେ ଥିବା ବିଷୟବସ୍ତୁ କେବଳ ପ୍ରେରକ ଓ ପ୍ରାପ୍ତକ ମଧ୍ୟରେ ହିଁ ଗୋପନୀୟ ରହିବ। ତୃତୀୟ ପକ୍ଷ ଏହା ପଢ଼ି ପାରିବ ନାହିଁ।
ହ୍ବାଟସଆପ୍ ପକ୍ଷରୁ କୋର୍ଟରେ ଯୁକ୍ତି କରାଯାଇଛି ଯେ ଗୋପନୀୟତା ରକ୍ଷା ପାଇଁ ଲୋକମାନେ ଏହି ମେସେଜିଂ ପ୍ଲାଟଫର୍ମ ବ୍ୟବହାର କରନ୍ତି। କାରଣ ଏହି ପ୍ଲାଟଫର୍ମରେ ପଠାଯାଉଥିବା ମେସେଜ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥାଏ । ମେସେଜ୍ ଗୁଡ଼ିକର ଗୋପନୀୟତା ରକ୍ଷା ହୁଏ | ଯଦି ଆଇଟି ନିୟମର ଦ୍ୱାହି ଦେଇ ଆମକୁ ଏହି ଏନକ୍ରିପସନ୍ ବ୍ୟବସ୍ଥା କୋହଳ କରିବାକୁ କୁହାଯାଏ, ତେବେ ଭାରତରେ ଆମେ ସେବା ଜାରି ରଖିପାରିବୁ ନାହିଁ । ଆଇଟି ନିୟମ ୟୁଜରଙ୍କ ଗୋପନୀୟତା ବିରୁଦ୍ଧ ।
ଆଇଟି ନିୟମ ସପକ୍ଷରେ ଯୁକ୍ତି ରଖି କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ ହ୍ବାଟସଆପ୍ ଏବଂ ଫେସବୁକ୍ ଏହାର ଗ୍ରାହକଙ୍କ ସମସ୍ତ ତଥ୍ୟକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଥାଏ। ଅତଏବ ଆଇନଗତ ଭାବେ ସେମାନେ ନିଜ ଗ୍ରାହକଙ୍କ ଗୋପନୀୟତା ରକ୍ଷା କରନ୍ତି ବୋଲି କହିପାରିବେ ନାହିଁ ।
ଉଲ୍ଲେଖଯୋଗ୍ୟ, ହ୍ବାଟସଆପ୍ ଓ ଏହାର ମୂଳ କମ୍ପାନୀ ମେଟା ତରଫରୁ ଆଇଟି ନିୟମ, ୨୦୨୧କୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ନିୟମ ଅନୁସାରେ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକୁ କୌଣସି ପୋଷ୍ଟ କିମ୍ବା ମେସେଜର ଉତ୍ସ ପ୍ରକାଶ କରିବା ବାଧ୍ୟତାମୂଳକ। ତେବେ ଏହି ନିୟମକୁ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକ ବିରୋଧ କରୁଛନ୍ତି। ଏହା ଗ୍ରାହକଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ସେମାନେ କହିଛନ୍ତି।
ଅଗଷ୍ଟ ୧୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।
Survey for Bhubaneswar Metro Rail Project Starts
Next Article‘ନୋଟା’କୁ ଅଧିକ ଭୋଟ୍ ମିଳିଲେ ସାନି ମତଦାନ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ନିର୍ବାଚନ କମିଶନଙ୍କୁ ନୋଟିସ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
