ଶରଦ ପାୱାରଙ୍କୁ ହତ୍ୟା ଧମକ ଅଭିଯୋଗରେ ଇଞ୍ଜିନିୟର ଗିରଫ | News Room Odisha

ଶରଦ ପାୱାରଙ୍କୁ ହତ୍ୟା ଧମକ ଅଭିଯୋଗରେ ଇଞ୍ଜିନିୟର ଗିରଫ

ମୁମ୍ବାଇ: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ହତ୍ୟା ଧମକ ଅଭିଯୋଗରେ ମୁମ୍ବାଇ ପୁଲିସ ପୁଣେରୁ ଜଣେ ଆଇଟି ଇଞ୍ଜିନିୟର୍‌ଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ୩୨ ବର୍ଷୀୟ ସାଗର ବାର୍‌ୱେ ବୋଲି ଜଣାପଡ଼ିଛି ‌‌। ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୪ ତାରିଖ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ପଠାଯାଇଛି ।

ହ୍ବାଟସ୍‌ଆପ୍‌ ଓ ଫେସ୍‌ବୁକ୍‌ରେ ବାପା ଶରଦ ପାୱାରଙ୍କୁ ହତ୍ୟା ଧମକ ଆସିଥିବା ନେଇ ଏନସିପି କାର୍ଯ୍ୟକାରୀ ସଭାପତି ତଥା ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ଅଭିଯୋଗ କରିଥିଲେ । ପାୱାରଙ୍କ ସୁରକ୍ଷା ଗୃହମନ୍ତ୍ରାଳୟ ଉପରେ ନ୍ୟସ୍ତ ଥିବାରୁ ଗୃହମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ଉଚିତ ବୋଲି ସେ କହିଥିଲେ ।