ଏଷ୍ଟ୍ରାଜେନେକା କଂପାନିର କୋରୋନା ଟିକା ପରୀକ୍ଷଣ ସାମୟିକ ଭାବେ ସ୍ଥଗିତ, ମାନବ ପରୀକ୍ଷଣରେ ସାମିଲ ବ୍ୟକ୍ତି ଅସୁସ୍ଥ | News Room Odisha

ଏଷ୍ଟ୍ରାଜେନେକା କଂପାନିର କୋରୋନା ଟିକା ପରୀକ୍ଷଣ ସାମୟିକ ଭାବେ ସ୍ଥଗିତ, ମାନବ ପରୀକ୍ଷଣରେ ସାମିଲ ବ୍ୟକ୍ତି ଅସୁସ୍ଥ

ଲଣ୍ଡନ- କୋରୋନା ଭାଇରସ ବିରୋଧରେ ଟିକା ପ୍ରସ୍ତୁତ କରୁଥିବା ଏଷ୍ଟ୍ରାଜେନେକା କଂପାନିର ମାନବ ପରୀକ୍ଷଣରେ ବାଧା ସୃଷ୍ଟି ହୋଇଛି । କଂପାନିର ଟିକାର ମାନବ ପରୀକ୍ଷଣରେ ସାମିଲ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଛନ୍ତି । ଫଳରେ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ପରୀକ୍ଷଣରେ ସାମିଲ ବ୍ୟକ୍ତିଙ୍କ ରୋଗ ନେଇ ଏ ଯାଏଁ କିଛି ବୁଝି ହେଉନାହିଁ ବୋଲି କଂପାନି କହିିଛି ।

ଏଷ୍ଟ୍ରାଜେନେକା କଂପାନିର କୋରୋନା ଭାଇରସ ବିରୋଧୀ ଟିକା ବିଶ୍ୱର ଅନ୍ୟ ସବୁ ଟିକା ପରୀକ୍ଷଣରେ ଆଗୁଆ ରହିଥିଲା । ଭାରତ ସମେତ ବିଶ୍ୱର ଅନ୍ୟ କିଛି ଦେଶର ନଜର ବି ଏହି ଟିକା ଉପରେ ରହିଛି ।