ଆୟ ବହିର୍ଭୂତ ସଂପତ୍ତି ମାମଲାରେ ବନ୍ଧାହେଲେ ପୂର୍ବତନ ଯୋଗାଣ ଅଧିକାରୀ | News Room Odisha

ଆୟ ବହିର୍ଭୂତ ସଂପତ୍ତି ମାମଲାରେ ବନ୍ଧାହେଲେ ପୂର୍ବତନ ଯୋଗାଣ ଅଧିକାରୀ

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଯୋଗାଣ ଅଧିକାରୀ। ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ବ୍ରଜେନ୍ଦ୍ରଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ପରେ ଆୟଠାରୁ ୨୬୮ ପ୍ରତିଶତ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବରରେ ବ୍ରଜେନ୍ଦ୍ରଙ୍କ ୫ଟି ବଡ଼ କୋଠା, ନିମାପଡ଼ାରେ ଫାର୍ମ ହାଉସ ମିଳିଥିଲା । ଚାକିରୀରେ ଥିବା ବେଳେ ବ୍ରଜେନ୍ଦ୍ରଙ୍କୁ ନିଲମ୍ବିତ କରାଯାଇଥିଲା ।