ଭାରତ ବନ୍ଦ‌ ବେଳେ ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ମୃତ୍ୟୁ, ପୋଲିସ କହିଲା ହୃଦଘାତରେ ହୋଇଛି ମୃତ୍ୟୁ | News Room Odisha

ଭାରତ ବନ୍ଦ‌ ବେଳେ ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ମୃତ୍ୟୁ, ପୋଲିସ କହିଲା ହୃଦଘାତରେ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ-ହରିୟାଣାର ସିଙ୍ଗୁ ସୀମାରେ ଭାରତ ବନ୍ଦ ଆନ୍ଦୋଳନ ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ ପୋଲିସ କହିଛି ଯେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିସାନ୍ ମୋର୍ଚ୍ଚାଙ୍କ ନେତୃତ୍ୱରେ ଦେଶର ୪୦ରୁ ଅଧିକ କୃଷକ ସଂଗଠନ ଆଜି ‘ଭାରତ ବନ୍ଦ’ ର ଡ଼ାକରା ଦେଇଛନ୍ତି।

ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ଏଥିପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ଦୋକାନ ଏବଂ ଶିଳ୍ପ ବନ୍ଦ ରଖିବାକୁ କୃଷକ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି। ତେବେ ଡାକ୍ତରଖାନା, ମେଡିକାଲ ଷ୍ଟୋର ଆଦି ସବୁ ଜରୁରୀ ସେବା ଜାରି ରହିବ ବୋଲି କୃଷକ ନେତା ରାକେଶ ଟିକାଏତ୍ କହିଛନ୍ତି। ଭାରତ ବନ୍ଦ ଯୋଗୁଁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଛି।