ଆଜି କଳା ଦିବସ ପାଳିବେ ଚାଷୀ | News Room Odisha

ଆଜି କଳା ଦିବସ ପାଳିବେ ଚାଷୀ

ନୂଆଦିଲ୍ଲୀ: ପୋଲିସର ରବର‌ ଗୁଳିରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପ୍ରତିବାଦରେ ଆନ୍ଦୋଳନରତ ଚାଷୀ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବେ । ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଗୁଡ଼ିକୁ ସମର୍ଥନ ଜଣାଇ ସଂଯୁକ୍ତ କିସାନ୍ ମୋର୍ଚା (ଏସକେଏମ୍) କଳା ଦିବସ ପାଳନ କରିବାକୁ ଘୋଷଣା କରିଛି । ଲୋକମାନଙ୍କୁ ସେମାନଙ୍କ ଘର ଏବଂ ଗାଡ଼ିରେ କଳା ପତାକା ଲଗାଇବାକୁ ଅପିଲ କରିଛି ଏସକେଏମ୍ । ଦିଲ୍ଲୀ ସୀମାରେ ବିରୋଧ କରୁଥିବା କୃଷକ ସଂଗଠନ ଏସକେଏମ୍( ଅଣ-ରାଜନୈତିକ) ମଧ୍ୟ ଏହାର ଆଗାମୀ ରଣନୀତି ଆଜି ସ୍ଥିର କରିବ। ଏନେଇ ଏକ ବୈଠକ ଡକାଯାଇଛି।

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ପଞ୍ଜାବ-ହରିୟାଣା ମଧ୍ୟରେ ଜିନ୍ଦ୍ର ଖନୌରି ସୀମାରେ ଯୁବ ଚାଷୀ ଶୁଭକରନ୍ ସିଂଙ୍କ ମୃତ୍ୟୁ ମାମଲାରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି।